ଜାତୀୟରାଜନୀତି

ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ଗୁଲାମନବୀ ଆଜାଦ

ନୂଆଦିଲ୍ଲୀ,୨୬/୦୮/୨୦୨୨-   ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି । ଅନ୍ୟପଟେ ନବୀଙ୍କୁ ସମର୍ଥନ ଜଣାଇ ଜାମ୍ମୁ କାଶ୍ମୀରର କିଛି ନେତା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି ।

ଏହାସହ ଆଜାଦ କହିଛନ୍ତି, ବିରୋଧୀ ମାନେ ୩ ବର୍ଷ ହେବ ମୁଁ ବିଜେପିରେ ସାମିଲ ହେବେ ବୋଲି କହି ଆସୁଛନ୍ତି । ଏପରିକି ମୁଁ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ପଦରେ ବସିବି ବୋଲି ମଧ୍ୟ ଚର୍ଚ୍ଚା କରିଛନ୍ତି । ହେଲେ ଶୁକ୍ରବାର ନୂଆ ଦଳ ଗଠନ କରିବା ପାଇଁ ଘୋଷଣା କରିଥିବାରୁ  ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com