Featuredଜାତୀୟ

ଦୁଇମାସlରେ ୩ଟି ଚିତାର ମୃତ୍ୟୁ, ଚିନ୍ତା ପ୍ରକଟ କଲେ SC

ଜାଣନ୍ତୁ କେଉଁଠିକୁ ହେବେ ସ୍ଥାନାନ୍ତର

ନୂଆଦିଲ୍ଲୀ: ବିଦେଶରୁ ଆସିଥିଲେ ଅତିଥି । ଆଶା ଥିଲା ଭାରତରେ ବୃଦ୍ଧି ପାଇବ ସେମାନଙ୍କ ବଂଶ । କିନ୍ତୁ କିଛି ଦିନ ପରେ ସବୁ ଆକଳନ ଭୁଲ ପ୍ରମାଣିତ ହୋଇଯାଇଛି । ଯାହାକୁ ନେଇ ଊଦ୍‌ବେଗ ପ୍ରକାଶ କରିଛନ୍ତିି ସର୍ବୋଚ୍ଚନ୍ୟାୟଳୟ । ନାମ୍ବ୍ୟା ଏବଂ ସାଉଥ ଆଫ୍ରିକାରୁ ଆସିଥିବା ଚିତାଙ୍କୁ ସୁହାଉ ନାହିଁ ଭାରତର ପରିବେଶ । ଦୁଇମାସ ମଧ୍ୟରେ ୩ଟି ଚିତାଙ୍କ ବିୟୋଗକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ମଧ୍ୟପ୍ରଦେଶ କୁନୋ ଜାତୀୟ ପାର୍କରେ ଥିବା ଚିତାଙ୍କୁ ରାଜସ୍ଥାନ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ତାଗିଦ୍ କରିଛନ୍ତି କୋର୍ଟ ।

ବିଭିନ୍ନ ବିଶେଷଜ୍ଞଙ୍କ ତଥ୍ୟକୁ ଆଧାର କରି ଜଷ୍ଟିସ୍ ବି.ଆର ଗଭାଇ ଓ ଜଷ୍ଟିସ୍ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ତାଗିଦ୍ କରିଛନ୍ତି । ସଂଖ୍ୟାଧିକ ଚିତାଙ୍କ ଲାଗି କୁନୋ ଅନୁକୁଳ ହେଉନଥିବାରୁ ସେମାନଙ୍କୁ ରାଜସ୍ଥାନ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟି । ସେପଟେ ବାରମ୍ବାର ଚିତାଙ୍କ ମୃତ୍ୟୁ କାହିଁକି ହେଉଛି ସେ ନେଇ ଅନୁଧ୍ୟାନ କରୁଛି ସ୍ୱତନ୍ତ୍ର ଟାସ୍କଫୋର୍ସ ।

ଭାରତରେ ୧୯୪୭ ମସିହାରୁ ଚିତାବାଘ ଏକପ୍ରକାର ଲୋପ ପାଇଯାଇଥିଲେ । ତେବେ ସେମାନଙ୍କ ସଂଖ୍ୟା ପୁଣି ଥରେ ଭାରତରେ ବଢାଇବା ପାଇଁ ନାମ୍ବ୍ୟାରୁ ୮ଟି ଏବଂ ସାଉଥ ଆଫ୍ରିକାରୁ ୧୨ ଟି ଚିତା ଅଣାଯାଇଥିଲା । କିନ୍ତୁ କୀଡନି ଖରାପ ହେବାରୁ ଗତ ମାର୍ଚ୍ଚ ୨୭ରେ ନାମ୍ବ୍ୟାରୁ ଆସିଥିବା ଚିତା ସସାର ମୃତ୍ୟୁ ହୋଇଥିଲା । ଏହାପରେ ହୃଦରୋଗ ଓ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ଏପ୍ରିଲ ୨୩ରେ ସାଉଥ ଆଫ୍ରିକାରୁ ଆସିଥିବା ଚିତା ଉଦୟ ପ୍ରାଣ ହରାଇଥିଲା । ସେହିପରି ସଂଘର୍ଷ କାରଣରୁ ମେ ୯ରେ ଦକ୍ଷାର ମୃତ୍ୟୁ ହୋଇଥିଲା । ପ୍ରଥମ ଚିତାର ମୃତ୍ୟୁପରେ ଟାସ୍କ ଫୋର୍ସ ବିଶେଷଜ୍ଞଙ୍କୁ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ ।

Related Articles

Back to top button
WP Twitter Auto Publish Powered By : XYZScripts.com