ଜାତୀୟରାଜନୀତି

ପେପେରଲେସ ହେଲା ଦେଶର ସବୁଠାରୁ ବୃହତ ବିଧାନସଭା

ଉତ୍ତର ପ୍ରଦେଶ: ପେପରଲେସ ହୋଇଛି ଉତ୍ତର ପ୍ରଦେଶ ବିଧାନସଭା ।ଚଳିତମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ସମ୍ପୂର୍ଣ୍ଣ ଭାବେ ହାଇଟେକ୍ ହେବ ବୋଲି କୁହାଯାଇଛି । ୪୦୩ ସଦସ୍ୟ ବିଶିଷ୍ଠ ଏହି ବିଧାନସଭାର କାର୍ଯ୍ୟ ଏବେ ଟ୍ୟାବଲେଟ୍ ସହାୟତାରେ କରାଯିବ ।  ଏହାସହ ବିଧାନସଭା ଭିତରେ ନିଜର ଜନପ୍ରତିନିଧି କିଭଳି କାର୍ଯ୍ୟ କରୁଛନ୍ତି ତାହାକୁ ଲାଇଭ ମାଧ୍ୟମରେ ଭୋଟର ଦେଖିପାରିବେ । ଏହି କାରଣରୁ ବିଧାନସଭାର ପ୍ରତିଟି ସିଟରେ ଟ୍ୟାବଲେଟ୍ ସଂଯୋଗ କରାଯାଇଛି । ଶୁକ୍ରବାର ଦିନ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଏହି ଇ-ବିଧାନସଭାର ଶୁଭାରମ୍ଭ କରିଛନ୍ତି । ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାନସଭାର ହାଇଟେକ୍ ଟେକ୍ନୋଲୋଜୀକୁ ନିରୀକ୍ଷଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com