Breaking NewsFeaturedକ୍ରୀଡ଼ାଜାତୀୟ

IPLରୁ ଆଉଟ ହେବା ପରେ ସୀମା ଡେଇଁଲେ RCB ସମର୍ଥକ

ସୋସିଆଲ ମିଡିଆରେ ଦୁର୍ବ୍ୟବହାର

ମୋବାଇଲ୍ ନ୍ୟୁଜ୍ ବ୍ୟୁରୋ: ଗତ ରବିବାର ଗୁଜରାଟଠାରୁ ମ୍ୟାଚ ହାରି ଚଳିତ ଆଇପିଏଲରୁ ବିଦାୟ ନେଇଛି ବେଙ୍ଗଲୋର । ବିରାଟ କୋହଲିଙ୍କ ଶତକ ସତ୍ତ୍ୱେ ମ୍ୟାଚ ଜିତି ପାରିଲାନି ରୟାଲ ଚାଲେଞ୍ଜର୍ସ । ଓଲଟା କୋହଲିଙ୍କ ଉପରେ ଭାରି ପଡିଥିଲେ ଶୁଭମାନ ଗିଲ । କୋହଲିଙ୍କ ୬୧ ବଲରେ ୧୦୧ ରନର ଇଂନିସ ପାଇଁ ରୟାଲ ଚାଲେଞ୍ଜର୍ସ ଗୁଜରାଟ ସାମ୍ନାରେ ରଖିଥିଲା ୧୯୮ ରନର ଟାର୍ଗେଟ । କିନ୍ତୁ ଟାଇଟନ ଷ୍ଟାର ଶୁଭମାନ ଗିଲ ମାତ୍ର ୫୨ ବଲରେ ୧୦୪ ରନର ଅପରାଜିତ ପାଳି ଖେଳି ଦଳକୁ ୬ ୱିକେଟରେ ଜିତାଇଥିଲେ । ଗୁଜରାଟ ଠାରୁ ମ୍ୟାଚ ହାରି ୨୦୨୩ ଆଇପିଏଲରୁ ରୟାଲ ଚାଲେଞ୍ଜର୍ସ ବିଦାୟ ନେଇଛି ସତ କିନ୍ତୁ ଏହାକୁ ହଜମ କରି ପାରୁ ନାହାନ୍ତି ଆରସିବି ସମର୍ଥକ ।

ଏନେଇ ସୋସିଆଲ ମିଡିଆରେ ଶୁଭମାନ ଗିଲଙ୍କୁ ଅନେକ ଅପଶଦ୍ଦ କହିବା ସହିତ ଗିଲଙ୍କ ଭଉଣୀ ସାହନୀଲଙ୍କ ପୋଷ୍ଟରେ ଅଶ୍ଳୀଳ କମେଣ୍ଟ ଦେଇଛନ୍ତି ଆରସିବି ଫ୍ୟାନ୍ସ । ଏମିତି ବି କିଛି ଖରାପ କମେଣ୍ଟ ରହିଛି ଯାହା ଆମେ ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଓ ବାଙ୍ଗାଲୋର ସମର୍ଥକ । ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ଆରସିବି ଫ୍ୟାନ୍ସଙ୍କୁ କଡ଼ା ସମାଲୋଚନା କରାଯାଇଛି । କୌଣସି କ୍ରିକେଟରଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରିବା ଠିକ ନୁହେଁ । ଆଇପିଏଲରେ ଭାରତୀୟ କ୍ରିକେଟର ମାନେ ଭିନ୍ନ ଭିନ୍ନ ଦଳ ପାଇଁ ଖେଳନ୍ତି ସତ କିନ୍ତୁ ସର୍ବପ୍ରଥମେ ସେମାନେ ଭାରତୀୟ । ତେଣୁ କୌଣସି ମ୍ୟାଚରେ ଖରାପ ବା ଭଲ ପ୍ରଦର୍ଶନକୁ ନେଇ ଅଯଥାରେ ସମାଲୋଚନା କରିବା ଠିକ କଥା ନୁହେଁ । ଏପରିକି କିଛି ଗୁଜରାଟ ଫ୍ୟାନ ଲେଖିଛନ୍ତି- ଆରସିବି ସମର୍ଥକଙ୍କ ଏଭଳି ହୀନ କାର୍ଯ୍ୟ ପାଇଁ ଦଳ ହାରିଗଲା । ତେବେ ସେ ଯାହା ହେଉନା କାହିଁକି ଖେଳ ପାଇଁ କୌଣସି କ୍ରିକେଟର ବା ତାଙ୍କ ପରିବାର ଲୋକଙ୍କୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଭାବେ ଭୁଲ।

Related Articles

Back to top button
WP Twitter Auto Publish Powered By : XYZScripts.com