Breaking NewsFeaturedଐତିହ୍ୟ ଓ ସଂସ୍କୃତିଜାତୀୟଜୀବନଶୈଳୀଭାଇରାଲ୍ ଭିଡିଓ

କୁନି ମୁହଁରେ ଗୁଞ୍ଜରିତ ହେଉଛି ଶିବ ତାଣ୍ଡବ ସ୍ତୋତ୍ର… ଦେଖନ୍ତୁ ଭିଡିଓ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ପ୍ରବଲ ଭିଡ଼ ଲାଗିଯାଏ । ଶ୍ରାବଣ ମାସରେ ଶିବ ଭକ୍ତ ମାନେ କାଉଡ଼ି ନେଇ ପ୍ରଭୁଙ୍କୁ ଜଳାଭିଷେକ କରିବା ପାଇଁ ଯାତ୍ରା ଆରମ୍ଭ କରନ୍ତି । ଶ୍ରାବଣ ମାସରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ରାସ୍ତାରେ ଦେଖାଯାଏ । ବିଭିନ୍ନ ବାଧାବିଘ୍ନକୁ ପାର୍ କରି ସେମାନେ ଭଗବାନ ଶିବଙ୍କ ନିକଟରେ ପହଞ୍ଚି ଜଳାଭିଷେକ କରନ୍ତି । ଭଗବାନ ଶିବଙ୍କୁ ପୂଜା କରିବା ସହ ଶିବ ତାଣ୍ଡବ ସ୍ତୋତ୍ର ପାଠ କରିଥାନ୍ତି । ଶିବ ତାଣ୍ଡବ ସ୍ତୋତ୍ର ସଠିକ୍ ଉଚ୍ଚାରଣ ସହ ପାଠ କରିବା ସମସ୍ତଙ୍କ ସାମର୍ଥର କଥା ନୁହେଁ । କିନ୍ତୁ ଏହି କାମକୁ ଗୋଟିଏ ଛୋଟ ପିଲା ଅତି ସୁନ୍ଦର ଓ ନିର୍ଭୁଲ ଭାବେ ପାଠ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଧିକାଂଶ ଲୋକ ଶିବ ତାଣ୍ଡବ ସ୍ତୋତ୍ର ପାଠ କରିପାରନ୍ତି ନାହିଁ । କିନ୍ତୁ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଛୋଟ ପିଲାଟି ଖୁବ୍ ଆତ୍ମବିଶ୍ୱାସର ସହ ଶିବ ତାଣ୍ଡବ ସ୍ତୋତ୍ର ପାଠକରୁଛି । ଭିଡିଓ ଆରମ୍ଭରେ ପିଲାଟିର ନାଁ ଶିବାଂଶ ପ୍ରଜାପତି ବୋଲି ଜଣାପଡ଼େ । କେହି ଜଣେ ତାଙ୍କୁ ଭୋଲେନାଥଙ୍କ ପାଇଁ କିଛି କହିବାକୁ କୁହନ୍ତି । ଏହାପରେ ଛୋଟ ପିଲାଟି ଆଖି ବନ୍ଦ କରି ହାତ ଯୋଡ଼ି ଶିବ ତାଣ୍ଡବ ସ୍ତୋତ୍ର ଗାଇବା ଆରମ୍ଭ କରେ । ପିଲାଟି ସୁନ୍ଦର ଅଭିବ୍ୟକ୍ତି ସହ ଏହାକୁ ଗାନ କରିବାର ଦେଖାଯାଏ । ପିଲାର ଏଭଳି ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୮.୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏଥି ସହିତ ୟୁଜର୍ସମାନେ ଦେଉଛନ୍ତି ସୁନ୍ଦର ମତାମତ।

Related Articles

Back to top button
WP Twitter Auto Publish Powered By : XYZScripts.com