ଜାତୀୟମନୋରଞ୍ଜନ

ପୁନମ୍‌ଙ୍କ ବିବାଦୀୟ ବୟାନ ; କହିଲେ- ଯଦି ଚାର୍ଜସିଟ୍‌ରୁ ବଞ୍ଚିଗଲି, ପୁଣି ହେବି ଟପ୍‌ଲେସ୍‌

ନୂଆଦିଲ୍ଲୀ() କଙ୍ଗନା ରଣାୱତ୍‌ ରିଆଲିଟି ଶୋ ‘ଲକ୍ଅପ୍’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି । ଏହି ଶୋ’ରେ ଏଭଳି ଲୋକଙ୍କୁ ନିଆଯାଇଛି, ଯାହାର ନାମ କିଛି ବିବାଦ ସହ ଜଡିତ ଥିଲା।  ବିବାଦ କଥା କହିବାକୁ ଗଲେ ପୁନମ୍‌ଙ୍କର ବିବାଦ ସହ ଘନିଷ୍ଠ ସମ୍ପର୍କ ରହିଛି । ପୁନମ୍‌ ତାଙ୍କ ବୋଲ୍ଡନେସ୍‌ ସହ ବୋଲ୍ଡ ଇମେଜ୍‌ ପାଇଁ ବେଶ ଜଣାଶୁଣା ।

ବର୍ତ୍ତମାନ ପୁନମ୍‌ ଏବେ ଏପରି କିଛି କହିଛନ୍ତି ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ପୁନମ୍‌ ତାଙ୍କ ପ୍ରଶଂସକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସେ କ୍ୟାମେରା ଆଗରେ ଲାଇଭ୍ ଟପଲେସ୍ ହେବେ । କିନ୍ତୁ ଏଥିପାଇଁ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି ଏବଂ ଯଦି ସେହି ସର୍ତ୍ତ ପୂରଣ ହୁଏ, ତେବେ ସେ ସମସ୍ତଙ୍କ ସାମ୍ନାରେ ନିଜ ଟି-ସାର୍ଟ ବାହାର କରିବେ । ଆଗରୁ ଥରେ ମଧ୍ୟ ଏମିତି ଟପଲେସ୍ ହେବାର ପ୍ରତିଶୃତି ଦେଇଥିଲେ ପୁନମ୍‌ । ଏବେ ପୁଣି ଥରେ ପ୍ରଶଂସକଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି, ଯାହା ପରେ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଲକ୍ଅପ୍ ଭିତରେ ସମସ୍ତ ସହ-ପ୍ରତିଯୋଗୀଙ୍କ ସମ୍ମୁଖରେ ପ୍ରଶଂସକମାନଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି ।

ପୁନମ୍‌ ପାଣ୍ଡେ ତାଙ୍କ ସହ-ପ୍ରତିଯୋଗୀଙ୍କ ସାମ୍ନାରେ ଏହି ପ୍ରତିଶ୍ରୁତି ଦେଇ କହିଥିଲେ, ‘ନମସ୍କାର, ଯିଏ ବି ଶୁଣୁଛ, ମୋତେ ଚାର୍ଜସିଟରୁ ଉଦ୍ଧାର କର, ମୁଁ ଭଗବାନଙ୍କୁ ଶପଥ କରୁଛି ଯେ ମୁଁ ତୁମକୁ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଟ୍ରେଲର ଦେଖାଇବି । ମୁଁ ଏହାକୁ କ୍ୟାମେରା ଲାଇଭରେ ଟପ୍‌ଲେସ୍‌ ହୋଇ ଦେଖାଇବି । ଆପଣମାନେ ଭୋଟ୍ ଦେଇ ମୋତେ ବଞ୍ଚାନ୍ତୁ, ତା’ପରେ ଦେଖନ୍ତୁ ଏହି ଜେଲରେ କ’ଣ କ’ଣ ଘଟୁଛି । ପୁନମ୍‌ ପାଣ୍ଡେଙ୍କୁ ପରିହାସ କରି ବିନିତ୍‌ କହିଛନ୍ତି ଯେ ସେ କିଛି କରିବେ ନାହିଁ ଏବଂ କେବଳ ସମସ୍ତଙ୍କୁ ବୋକା ବନାଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com