ଅନ୍ୟାନ୍ୟ

ସ୍କୁଲ ମିଶ୍ରଣ ପ୍ରତିବାଦରେ ରାସ୍ତା ଅବରୋଧ

ସରକାର ନିଷ୍ପତ୍ତି ପୁନର୍ବିଚାର କର 

ମହାକାଳପଡ଼ା, ୨୨/୦୮/୨୦୨୨-  ଆମ ସ୍କୁଲ ଆମକୁ ଫେରେଇ ଦିଅ । ଆମ ସ୍କୁଲ ଆମ ଗାଁ ରେ ରହିବ । ଆମ ପିଲା ଆମ ଗାଁ ରେ ପାଠ ପଢ଼ିବେ । ଏମିତି କିଛି ଦାବି ନେଇ  କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାଜଗଡ଼ ପଞ୍ଚାୟତର ଗୟାସପୁର ଗ୍ରାମର ଛାତ୍ରଛାତ୍ରୀଙ୍କ ସମେତ ଅନେକ ପୁରୁଷ ଓ ମହିଳା ସୋମବାର ସକାଳୁ କେନ୍ଦ୍ରାପଡ଼ା-ଓରତ ମୁଖ୍ୟ ରାସ୍ତାର ଲକ୍ଷ୍ମୀ ଛକ ଠାରେ ଅବରୋଧ କରିଥିଲେ । ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିୟମ ଅନୁସାରେ ୪୦ ଜଣ ପିଲା ନଥିବା ବିଦ୍ୟାଳୟ ଗୁଡ଼ିକକୁ ନିକଟ ବିଦ୍ୟାଳୟ ସହ ମିଶାଇ ଦିଆଯିବ । ମାତ୍ର ଗୟାସପୁର  ବିଦ୍ୟାଳୟରେ ୪୦ ରୁ ଅଧିକ ପିଲା ଥାଇ ମଧ୍ୟ ୩୮ ଜଣ ପିଲା ଦର୍ଶାଇ କାହିଁକି ତାଙ୍କ ବିଦ୍ୟାଳୟକୁ ଗୋବିନ୍ଦପୁର ସ୍କୁଲ ସହ ମିଶାଇ ଦିଆଗଲା ଏହାକୁ ନେଇ ଗତ ତିନି ବର୍ଷ ହେଲା ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା । ଯାହାକୁ ନେଇ ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ମାମଲା ନ୍ୟାୟାଳୟରେ ବିଚାରଧୀନ ଅଛି । ସେହିଭଳି ବାରମ୍ବାର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କିଛି ପଦକ୍ଷେପ ନିଆଯାଇନଥିଲା । ସେପଟେ ମିଶ୍ରଣ କରାଯାଇଥିବା  ବିଦ୍ୟାଳୟରେ ଏତେ ସଂଖ୍ୟକ ପିଲାଙ୍କ ପାଇଁ  ଆବଶ୍ୟକୀୟ ଶ୍ରେଣୀଗୃହ ଓ ଶୌଚାଳୟ ନଥିବା ମଧ୍ୟ ଅଭିଯୋଗ ହୋଇଛି। ସେଠାକୁ ପଢ଼ିବାକୁ ଯିବା ବାଟରେ ପୋଖରୀ ପଡ଼ୁଥିବାରୁ ଅଭିଭାବକ ପିଲାମାନଙ୍କୁ ଛାଡ଼ିବାକୁ ସୁରକ୍ଷିତ ମଣୁନାହାଁନ୍ତି । ଅନ୍ୟପଟେ ଖବର ପାଇ ଏ.ଡି.ଇ.ଓ ଏବଂ ବି.ଇ.ଓ  ଘଟଣାସ୍ଥଳରେ ପହଁଞ୍ଚି ଖୁବ୍ ଶୀଘ୍ର ଘଟଣାର ତଦନ୍ତ କରି ଉପଯୁକ୍ତ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com