ଅନ୍ୟାନ୍ୟ

ବର୍ବରତାର ସୀମା ଟପିଲେ ପୂର୍ବତନ ଛାତ୍ର, କଲେଜ ପ୍ରିନ୍ସପାଲ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲେ

ଭୁବନେଶ୍ୱର: ସୋମବାର ଇନ୍ଦୋରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ବେସରକାରୀ ମହାବିଦ୍ୟାଳୟର ଜଣେ ମହିଳା ପ୍ରିନ୍ସିପାଲଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗେଇଦେଇଛନ୍ତି ଜଣେ ପୂର୍ବତନ ଛାତ୍ର। ଲୋକମାନେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

ପୋଲିସ କହିଛି ଯେ ଏହି ଘଟଣା ସିମ୍ରୋଲ ଅଞ୍ଚଳର ଏକ ଘରୋଇ କଲେଜରେ ଘଟିଛି। ୫୪ ବର୍ଷୀୟ ପ୍ରିନ୍ସିପାଲ ଭିମୁକ୍ତା ଶର୍ମାଙ୍କ ଉପରେ ପେଟ୍ରୋଲ ଢ଼ାଳିବା ପରେ ଜଣେ ୨୪ ବର୍ଷୀୟ ପୂର୍ବତନ ଛାତ୍ର ଏ. ଶ୍ରୀବାସ୍ତବ ନିଆଁ ଲଗାଇଥିଲେ। ଭିମୁକ୍ତା ଶର୍ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ହେପାଜତରେ ଥିବା ଅଭିଯୁକ୍ତମାନେ କଲେଜର ପୂର୍ବତନ ଛାତ୍ର ବୋଲି କୁହାଯାଉଛି।
ଡାକ୍ତରମାନେ କହିଛନ୍ତି ଯେ ଅଗ୍ନିକାଣ୍ଡ ହେତୁ ମହିଳା ପ୍ରିନ୍ସିପାଲ ଜଣକ ୮୦ % ଜଳି ଯାଇଛନ୍ତି। ପୋଲିସ ବିବୃତ୍ତି ନେବାକୁ ଡାକ୍ତରଖାନାକୁ ଯାଇଥିଲା। ହେଲେ ମହିଳାଙ୍କ ଅବସ୍ଥା ଦେଖି ବିବୃତ୍ତି ରେକର୍ଡ ହୋଇପାରି ନାହିଁ। କୁହାଯାଉଛି ଯେ କିଛି ଦିନ ତଳେ ପ୍ରିନ୍ସପାଲ ଭିମୁକ୍ତା ଶର୍ମା ଏବଂ ପୂର୍ବତନ ଛାତ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ବି ଦୁହିଁଙ୍କ ମଧ୍ୟରେ କଳହ ହୋଇଥିଲା। କଲେଜ ଛୁଟି ପରେ ପ୍ରିନ୍ସିପାଲ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଠିକ ଏହି ସମୟରେ ଅଭିଯୁକ୍ତଜଣକ ତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com