ଅନ୍ୟାନ୍ୟ

ଗୋବିନ୍ଦ ସାହୁ ଘରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୨୪/୧୨/୨୦୨୨-   ବହୁଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଡିସେମ୍ବର ୨୦ରେ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲା । ଫଳରେ ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ପ୍ରଥମେ ସେ କଣ୍ଟାବାଞ୍ଜି ଜେଲର ସିସିଟିଭି ଫୁଟଜ ଚେକ କରିଥିଲେ । ଏହାପରେ ଆଜି ମହାଲିଙ୍ଗ ଆଞ୍ଚଳିକ କଲେଜରୁ ବାହାରି ଗୋବିନ୍ଦ ଘରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଏଥିସହିତ କଲେଜର ପୁରୁଣା ରିଜୋଲ୍ୟୁସନ୍ ରେଜିଷ୍ଟର ମଧ୍ୟ ଜବତ କରିଛି ।

ଗୋବିନ୍ଦ ପୁଲିସର ସୁରକ୍ଷା ଘେରାକୁ ଚକମା ଦେଇ ଟିଟିଲାଗଡ଼ ବାରାକରୁ ଚମ୍ପଟ ମାରିଥିଲେ ଯାହା ଫଳରେ ମାମଲାରେ ଶୁଣାଣି ପାଇଁ ତାଙ୍କୁ JMFC କୋର୍ଟରେ ହାଜର କରା ଯାଇଥିଲା ।  ଏହି ଘଟଣାର ପରବର୍ତ୍ତି ଶୁଣାଣି ୨୦ ଡିସେମ୍ବରରେ ହେବାକୁ ଥିଲା । କିନ୍ତୁ କୋର୍ଟରେ ହାଜର ହେବା ପୂର୍ବରୁ ବେକରେ ଗାମୁଛା ଲଗାଇ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଥିଲା । ଫଳରେ ଅନେକ କିଛି କଥା ଏବେ ପ୍ରଶ୍ନ ଘେରରେ ରହିବା ସହ ଗୋବିନ୍ଦର ଆତ୍ମହତ୍ୟା ମଧ୍ୟ ରହସ୍ୟ ଘେରରେ ରହିଛି । ଯାହାକୁ ନେଇ କ୍ରାଇମବ୍ରଞ୍ଚ ତଦନ୍ତ ଆରମ୍ଭ କରିଛି । ଗୋବିନ୍ଦ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଅନେକ କିଛି କଥାର ଗୁମର ଖୋଲିବ ବୋଲି ଚର୍ଚ୍ଚା ଜୋର ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com