ଅନ୍ୟାନ୍ୟ

ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ

ବ୍ରହ୍ମପୁର, ୨୬/୦୯/୨୦୨୨-  ବେଲଗୁଣ୍ଠା ନିକଟସ୍ଥ ଜଗନ୍ନାଥପ୍ରସାଦ ବ୍ଳକ୍ ତଥା ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗ୍ରାମର ନରହରି ସ୍ଵାଇଁ ରବିବାର ଅପରାହ୍ଣରେ ନିଜ ଧାନ କ୍ଷେତରେ କାମ କରୁଥିବା ବେଳେ ହଠାତ୍ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ନିକଟ ଜମିରେ ଥିବା ଅନ୍ୟ ଚାଷୀମାନେ ସଙ୍ଗେ ସଙ୍ଗେ ସେଠାରୁ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗେ ମେଡ଼ିକାଲ୍ ନେବାକୁ ଚେଷ୍ଟା କରୁଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ ନରହରିଙ୍କର ଗୋଟିଏ ଝିଅ ଏବଂ ଦୁଇଟି ପୁଅ ରହିଛନ୍ତି । ଝିଅଟି ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସାନ ପୁଅ ନବମ ଏବଂ ବଡ ପୁଅ ଯୁକ୍ତ ଦୁଇ ଶ୍ରେଣୀରେ ପଢନ୍ତି । ସେ ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାବେ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିବାରୁ ତାଙ୍କ ମୃତ୍ୟୁରେ ସ୍ତ୍ରୀ ଜୟନ୍ତୀ ସାହୁଙ୍କ ସମେତ ଝିଅ ଏବଂ ଦୁଇ ପୁଅ ଅସହାୟ ହୋଇପଡ଼ିଛନ୍ତି । ତେଣୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com