ଅନ୍ୟାନ୍ୟ

କମିବ ଶୀତର ପ୍ରଭାବ

    ଭୁବନେଶ୍ୱର, ୧୦/୦୧/୨୦୨୩ –   ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଛି । ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ବୃଦ୍ଧି ହେଉଛି । ଏହାଦ୍ୱାରା ତାପମାତ୍ରା ବଢ଼଼ିବା ଆରମ୍ଭ ହୋଇଛି । ପ୍ରଭାବରେ ଜାରି ରହିଥିବା ଶୀତର ପ୍ରକୋପ କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର ଅନୁଯାୟୀ, ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ।

ଅନ୍ୟପଟେ ଶୀତ କମିବା ସହିତ ରାଜ୍ୟକୁ ପ୍ରବେଶ କରୁଥିବା ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ପୁଣି ଥରେ ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରକୋପ ଦେଖାଯିବ। ବିଶେଷ କରି ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ କୁହୁଡ଼ିର ପ୍ରକୋପ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

ମୋଟ୍‌‌ ୧୪ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି । କୋରାପୁଟର ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୭ ଡିଗ୍ରୀ ସେଲ୍‌ଫସିୟସ ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୪.୯ ଏବଂ କିରେଇରେ ୪.୩ ଡିଗ୍ରୀ ରେକର୍ଡ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com