ଅନ୍ୟାନ୍ୟ

ମାଲକାନାଗିରି ଜିଲ୍ଲା ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ାଇଲେ ବିଏସଏଫ ଯବାନ

ମାଲକାନାଗିରି , ୧୫/୦୮/୨୦୨୨-  ଯାହା ୩ ଦଶନ୍ଧି ଧରି ସମ୍ଭବ ହୋଇନଥିଲା, ତାହା ଏବେ ସମ୍ଭବ ହୋଇଛି । ମାଲକାନାଗିରି ଜିଲ୍ଲା ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ାଇଲେ ବିଏସଏଫ ଯବାନ । ସ୍ୱାଭିମାନ ଅଞ୍ଚଳରେ  ଲୋକଙ୍କ ଘରେ ଘରେ ଲାଗିଛି ଜାତୀୟ ପତାକା । ତ୍ରିରଙ୍ଗା ରାଲିରେ ସାମିଲ ହେଲେ ଶହ ଶହ ଲୋକ । ସେନାକ୍ୟାମ୍ପକୁ ଆସି ଯବାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ସ୍ୱାଧୀନତାର ୭୫ତମ ପୂର୍ତ୍ତି ପାଳିଛନ୍ତି ସ୍ଥାନୀୟ ଲୋକ ।

ସ୍ୱାଭିମାନ ଅଞ୍ଚଳରେ ଦୂରଦୂରାନ୍ତରେ ସେନା କ୍ୟାମ୍ପ ସହ ପୋଲିସ ଥାନା ଏବଂ ଲଗାତର ମାଓ ଅପରସେନ ସ୍ଥାନୀୟ ଲୋକଙ୍କ ବିଶ୍ବାସ ଜନ୍ମାଇବାରେ ସକ୍ଷମ ହୋଇଛି । ଓଡ଼ିଶା ପୋଲିସ ଓ ବିଏସଫର ଲଗାତର ଅପରସେନ ପରେ ଏବେ ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ସ୍ଥାନୀୟ ଲୋକ ରାଜ୍ୟ ସରକାର ଓ ପୋଲିସ ଉପରେ ଭରସା କରିବା ସହ ଅନେକ ଯୋଜନାରୁ ଲାଭ ପାଉଛନ୍ତି । ଏପରିକି ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରି ଏବେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com