ଅନ୍ୟାନ୍ୟ

ଆମେରିକାରେ ଗୁଳିକାଣ୍ଡ; ଜଣେ ମୃତ, ୨ ଗୁରୁତର

୍ୱାଶିଂଟନ; ୦୧।୦୯ ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି । ଏକାବେଳେ ଆମେରିକାର ଦୁଇଟି ପୃଥକ ପୃଥକ ସ୍ଥାନରେ ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ମେମ୍‌ଫିସରେ ଗୁଳିକାଣ୍ଡରେ ଜଣେ ପୁଲିସ ଅଧିକାରୀ ନିହତ ହୋଇଛନ୍ତି । ଘଟଣାରେ ୩ଜଣ ସନ୍ଦିଗ୍ଧଙ୍କୁ ପୁଲିସ ଅଟକ ରଖିଛି । ଏବେ ବି ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଫେରାର ରହିଥିବା କୁହାଯାଇଛି । ସେପଟେ ଓ୍ୱାଶିଂଟନର ଏକ ଘରୋଇ ସ୍କୁଲ ବାହାରେ ମଧ୍ୟ ଗୁଳିକାଣ୍ଡ ଘଟିଛି । ଏଥିରେ ୨ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଗୁଳିକାଣ୍ଡ ଜଣେ ସହପାଠୀ ଘଟାଇଥିବା ଜଣାପଡ଼ିଛି । ଘଟଣାରେ ଜଣେ ସହପାଠୀକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଅଭିଯୁକ୍ତ ଜଣକର ବୟସ ୧୫ ବର୍ଷ ହୋଇଥିବା ନେଇ ପୁଲିସ ସୂଚନା ଦେଇଛି । ଗତ ରବିବାର ଦିନ ମଧ୍ୟ ଦୁର୍ବୃତ୍ତର ଗୁଳିମାଡ଼ରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com