ଅନ୍ୟାନ୍ୟ

ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର, ୦୧/୧୧/୨୦୨୨-  ଜାଗୁଲି ସାହି ନିକଟସ୍ଥ ଏକ ଦୋକାନରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଜରଡା ଥାନା ଅନ୍ତର୍ଗତ ଟିକିଟି ଶାସନର ଶଙ୍କର ପାଢୀ । ଘଟଣାକୁ ନେଇ ଶଙ୍କର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଦୁଇଦିନ ତଳେ ଶଙ୍କର ଜାଗୁଲି ସାହି ସ୍ଥିତ ଏକ ଦୋକାନରୁ ସାମଗ୍ରୀ କିଣୁଥିବା ବେଳେ ଶିବ ନାୟକ ନାମକ ଜଣେ ଯୁବକ ହଠାତ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କ ବାମ ହାତରେ କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତ ବାହାରିଥିଲା ବୋଲି ଶଙ୍କର ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com