ଅନ୍ୟାନ୍ୟ

ବାର୍‌ରେ ଲାଗିଲା ନିଆଁ; ୨୩ ମୃତ

ହାନୋଇ : ୦୮।୦୯ ଦକ୍ଷିଣ ଭିଏତନାମର ଏକ କରାଓକେ ବାରରେ ପ୍ରାୟ ୨୩ ଜଣ ପ୍ରାଣ ହରାଇଛନ୍ତି । ବିନ୍ ଡୁଙ୍ଗର ଥୁଆନ୍ ଆନ୍ ସହରର ଏକ ଚାରି ମହଲା କୋଠାର  ତୃତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଥିବା ବାର୍‌ରେ ଏହି ସମୟରେ ପାର୍ଟି ଚାଲିଥିଲା । ନିଆଁ ଲାଗିବା ପରେ କିଛି ଗ୍ରାହକ ଏବଂ କର୍ମଚାରୀ ତଥା ବିଶେଷ କରି ମହିଳା କର୍ମଚାରୀ ଦୁଇ ମହଲା ଉପରୁ ପ୍ରାଣ ବଞ୍ଚାଇବା ପାଇଁ ଡେଇଁ ପଡ଼ିଥିଲେ । ବାରକୁ ସୁନ୍ଦର କରିବା ପାଇଁ ବା ଏହାର ଇଣ୍ଟେରିଅର୍‌କୁ ଡିଜାଇନ୍‌ କରିବା ପାଇଁ ବ୍ୟବହାର କରାଯାଇଥିବା ଫୋମ୍‌ ଏବଂ କାଠ ଦ୍ୱାରା ନିଆଁ ବ୍ୟାପୀ ଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରବଳ ଧୂଆଁ ଏବଂ ଖରାପ ବାୟୁ ଚଳାଚଳ ହେତୁ କିଛି ଲୋକ ନିଆଁରୁ ରକ୍ଷା ପାଇବା ପାଇଁ ଉପର ମହଲାରୁ ଡେଇଁପଡ଼ିଲେ। ତେବେ ଚଟାଣରେ ଥିବା ଅବଶିଷ୍ଟ ଲୋକଙ୍କୁ ଅଗ୍ନିଶମ କର୍ମଚାରୀମାନେ ସିଡ଼ି ଏବଂ ଟ୍ରକ୍ ବ୍ୟବହାର କରି ଉଦ୍ଧାର କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com