ଅନ୍ୟାନ୍ୟ

ସିଟି ହସ୍ପିଟାଲ ଦାବିରେ କେନ୍ଦ୍ରାପଡ଼ା ପୌରାଞ୍ଚଳ ବନ୍ଦ

କେନ୍ଦ୍ରାପଡ଼ା, ୧୭/୦୧/୨୦୨୩ –    ସିଟି ହସ୍ପିଟାଲ ଦାବିରେ ମଙ୍ଗଳବାର କେନ୍ଦ୍ରାପଡ଼ା ପୌରାଞ୍ଚଳ ବନ୍ଦ ଡାକରା ଦିଆଯାଇଛି । ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଡାକରା ଦିଆଯାଇ ଆଜି ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ଆଜି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ଇଚ୍ଛାପୁରସ୍ଥିତ ଶାମଗୁଡ଼ିଆକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବ˚ ରକ୍ତ ଭଣ୍ତାରକୁ ଛାଡ଼ି ଦେଲେ ବାକି ସବୁ ବିଭାଗ ସ୍ଥାନାନ୍ତର ହେବା ପରେ ଖଡ଼ିଅଙ୍ଗସ୍ଥିତ ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲ୍ କରିବା ପାଇଁ ଦାବି ହୋଇ ଆସୁଥିଲା । କିନ୍ତୁ କର୍ତ୍ତୃପକ୍ଷ ପୁରୁଣା ମେଡିକାଲ୍କୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କରିଛନ୍ତି । ଫଳରେ ରୋଗୀ ମାନଙ୍କ ପାଇଁ କେବଳ ସକାଳ ୮ରୁ ୧୨ ଏବ˚ ୪ରୁ ୬ଟା ଯାଏ ଆଉଟ ଡୋର ସୁବିଧା ଉପଲବ୍ଧ ହେଉଛି । ଯାହାକୁ ନେଇ ବନ୍ଦ ପାଳନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com