ଜାତୀୟରାଜନୀତି

ୟୁପି ବିଜୟ ପାଇଁ ଅଖିଳେଶଙ୍କ ନୂଆ ରଣନୀତି । ମୁସଲିମ୍ ବହୁଳ ଅଞ୍ଚଳରେ ବି ଅଣ-ମୁସଲିମଙ୍କୁ ଟିକେଟ୍ ।

() ୟୁପି ନିର୍ବାଚନରେ ହିନ୍ଦୁ-ମୁସଲିମର ପ୍ରଭାବ କେତେ ପଡିଥାଏ, ତାହା ସମସ୍ତଙ୍କୁ ଜଣା । ଆଉ ଏହାରି ଭିତରେ ସମାଜବାଦୀ ପାର୍ଟି ସୋମବାର ଘୋଷଣା କରିଥିବା ୧୫୯ ଜଣ ପ୍ରାର୍ଥୀ ତାଲିକା ଭିତରୁ ୩୧ ଜଣ ପ୍ରାର୍ଥୀ ମୁସଲିମ୍ ସମୁଦାୟରୁ ଥିବା ଜଣାପଡିଛି । ତେବେ ଏମିତି ଅନେକ ସିଟ୍ ଅଛି, ଯେଉଁଠି ମୁସଲିମ୍ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ମଧ୍ୟ କାଟିଦିଆଯାଇଛି ।

ଗୋଟିଏ ପଟେ ସମାଜବାଦୀ ପାର୍ଟି ଏହାକୁ ନିଜର ନିର୍ବାଚନୀ ଚାଲ୍ କହୁଥିବାବେଳେ, ବିଏସପି ଏହାକୁ ନେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସମାଜବାଦୀ ପାର୍ଟି ଓ ଆରଏଲଡି ମେଣ୍ଟ ତରଫରୁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ କେବଳ ୩୬ ଜଣ ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯାଇଛି । ତେବେ ଏମିତି ଅନେକ ସିଟ୍ ଅଛି, ଯେଉଁଠି ମୁସଲିମ୍ ସମ୍ପ୍ରଦାୟ ସଂଖ୍ୟା ଅଧିକ ଥିଲେ ବି ସେଠାରେ ଅନ୍ୟ ସମ୍ପ୍ରଦାୟର ପ୍ରାର୍ଥୀଙ୍କୁ ଟିକେଟ୍ ମିଳିଛି । ଅନ୍ୟପଟେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଏପର୍ଯ୍ୟନ୍ତ ୧୦୪ ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ, ୩୭ଟି ସିଟ୍ ମୁସଲିମ୍ ପ୍ରାର୍ଥୀଙ୍କୁ ଦେଇଛି । ତେବେ ଦୁଇ ଦଳର ତୁଳନା କଲେ ଜଣାପଡିବ ଯେ, ସମାଜବାଦୀ ପାର୍ଟି ଏପର୍ଯ୍ୟନ୍ତ ପ୍ରାୟ ୨୦ ପ୍ରତିଶତ ସିଟ୍ ମୁସଲିମ୍ ପ୍ରାର୍ଥୀଙ୍କୁ ଦେଇଥିବାବେଳେ, ବିଏସପି ପ୍ରାୟ ୩୫ ପ୍ରତିଶତ ସିଟ୍ ମୁସଲିମ୍ ପ୍ରାର୍ଥୀଙ୍କୁ ଦେଇଛି ।

ଅନ୍ୟପଟେ ଅସଉଦ୍ଧିନ ଔବୈସୀଙ୍କ ପାର୍ଟି ଏପର୍ଯ୍ୟନ୍ତ ୨୪ଟି ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ,ତା ଭିତରେ ୨୧ ଜଣ ପ୍ରାର୍ଥୀ ମୁସଲିମ୍ ଅଛନ୍ତି । ତେବେ ସମାଜବାଦୀ ପାର୍ଟି ମୀରାପୁର, ଦକ୍ଷିଣ ଆଗ୍ରା, ବୁଲନ୍ଦସହର, ସିକନ୍ଦରାବାଦ, ବଢାପୁର, ବିଜନୌର ଭଳି ମୁସଲିମ୍ ବହୁଳ ଅଞ୍ଚଳରେ ମଧ୍ୟ ନିଜର ଟିକେଟ୍ ଅଣ-ମୁସଲିମ୍ ପ୍ରାର୍ଥୀଙ୍କୁ ଦେଇଛି । ଯାହା ଏଥର ୟୁପି ରାଜନୀତିକୁ ଅଧିକ ରୋଚକ କରିଛି ।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମିଶି ପ୍ରାୟ ୫୦ଟି ସିଟରେ ମୁସଲିମ୍ ପ୍ରାର୍ଥୀ ଦେଇଥିଲେ । ଆଉ ଏଥର ୧୪୩ଟି ସିଟ୍ ଏମିତି ଅଛି, ଯେଉଁଠି ମୁସଲିମ୍ ପ୍ରାର୍ଥୀମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ । ତେଣୁ ୟୁପି ରାଜନୀତିରେ ରାଜନୈତିକ ଦଳମାନଙ୍କର ଏହି ଅଙ୍କ କେତେ କାମ କରୁଛି ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com