ଜାତୀୟବାଣିଜ୍ୟ

Fitchର ଅନୁମାନ ୮.୫% ନୁହେଁ ୭.୮% ରହିବ ଭାରତର ଆର୍ଥିକ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ:ଗୋଟିଏ ପରେ ଗୋଟିଏ ରେଟିଂ ଏଜେନ୍ସି ୨୦୨୨-୨୩ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଆକଳନକୁ ହ୍ରାସ କରିଛନ୍ତି । ଏବେ ରେଟିଂ ଏଜେନ୍ସି Fitch Ratings ୨୦୨୨-୨୩ରେ ଭାରତର ବିକାଶ ହାର ଅନୁମାନକୁ ୮.୫ ପ୍ରତିଶତରୁ ହ୍ରାସ କରି ୭.୮ ପ୍ରତିଶତ କରିଛି । ତେବେ Fitch Ratings ଭାରତର ଆଉଟଲୁକକୁ ଅପଗ୍ରେଡ କରି ଏହାକୁ ନେଜେଟିଭରୁ ବଢାଇ ସ୍ଥିରରେ ରଖିଛି। ଏହାସହ BBB ରେଟିଂ ଦେଇଛି। ୨୦୨୦ରେ Fitch Ratings ଲକଡାଉନ ଯୋଗୁଁ ଭାରତର ଆଉଟଲୁକକୁ ନେଗେଟିଭ କରିଥିଲା।

ଏହା ପୂର୍ବରୁ ବିଶ୍ୱ ବ୍ୟାଙ୍କ ୨୦୨୨-୨୩ରେ ଭାରତର ଆର୍ଥିକ ବିକାଶ ହାର ଅନୁମାନକୁ ହ୍ରାସ କରିଥିଲା । ବିଶ୍ୱ ବ୍ୟାଙ୍କ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ବିକାଶ ହାର ୭.୫ ପ୍ରତିଶତ ରହିପାରେ। ତେବେ ଏହା ପୂର୍ବରୁ ବିକାଶ ହାର ୮.୭ ପ୍ରତିଶତ ରହିବା ନେଇ ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଥିଲା । ଅର୍ଥାତ ବିଶ୍ୱ ବ୍ୟାଙ୍କ ନିଜର ଅନୁମାନରେ ୧.୨ ପ୍ରତିଶତ ହ୍ରାସ କରିଥିଲା।

ନିକଟ ଅତୀତରେ ସବୁ ରେଟିଂ ଏଜେନ୍ସି ଦରବୃଦ୍ଧି, ଯୋଗାଣ ଶୃଙ୍ଖଳରେ ଅସ୍ଥିରିତା ଏବଂ ବିଶ୍ୱରେ ଭୂ-ରାଜନୈତିକ ପରିବର୍ତ୍ତନ ଯୋଗୁଁ ଭାରତର ଆର୍ଥିକ ବିକାଶ ହାର ଅନୁମାନକୁ ହ୍ରାସ କରିଥିଲେ। Moody’s ନିଜର ଗ୍ଲୋବାଲ ମାଇକ୍ରୋ ରିପୋର୍ଟରେ କହିଥିଲା ଅଶୋଧିତ ତୈଳ, ଖାଦ୍ୟ ଏବଂ ସାରର ମୂଲ୍ୟ ବୃଦ୍ଧି ଭାରତୀୟଙ୍କ ଆର୍ଥିକ ସ୍ଥିତିଠୁ ଆରମ୍ଭ କରି ତାଙ୍କ ଖର୍ଚ୍ଚ କ୍ଷମତା ଉପରେ ପ୍ରଭାବ ପକାଇବ। Moody’s ଆକଳନ ଅନୁସାରେ, ୨୦୨୨ରେ ମୁଦ୍ରାସ୍ପୀତି ହାର ୬.୮ ପ୍ରତିଶତ ରହିପାରେ । ସେହିପରି ୨୦୨୩ରେ ଏହା ୫.୨ ପ୍ରତିଶତ ରହିପାରେ। ସେହିପରି ଆରବିଆଇ ଅନୁସାରେ, ୨୦୨୨-୨୩ରେ ଭାରତର ଦରବୃଦ୍ଧି ହାର ୫.୭ ପ୍ରତିଶତ ରହିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com