ବାଣିଜ୍ୟ

ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ ଜି-୨୦ ଅର୍ଥମନ୍ତ୍ରୀ ଓ ଏଫ୍ଏମ୍ସିବିଜିଙ୍କ ପ୍ରଥମ ବୈଠକ

ନୂଆଦିଲ୍ଲୀ: ଭାରତର ଜି -୨୦ ଅଧ୍ୟକ୍ଷତାରେ ଜି -୨୦ ଦେଶର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭଣ୍ଣର୍ସ(ଏଫ୍ଏମ୍ସିବିଜି)ଙ୍କ ସହିତ ପ୍ରଥମ ବୈଠକ ୨୪-୨୫ ଫେବୃୟାରୀ ୨୦୨୩ ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମିଳିତ ଭାବେ ଏହି ବୈଠକରେ ଅଧ୍ୟକ୍ଷତା କରିବେ ।

ଜି୨୦ ସଦସ୍ୟଙ୍କ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର, ଅନ୍ୟ ଦେଶରୁ ଆମନ୍ତ୍ରିତ ତଥା ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ଭାରତର ଅଧ୍ୟକ୍ଷତାରେ ଜି -୨୦ ଏଫଏମସିବିଜିର ପ୍ରଥମ ବୈଠକରେ ଅଂଶଗ୍ରହଣ କରିବେ । ଏଥିରେ କେତେକ ପ୍ରମୁଖ ବିଶ୍ୱ ଅର୍ଥନୈତିକ ସମସ୍ୟାର ସମାଧାନ ପାଇଁ ବ୍ୟବହାରିକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହେବ ଯେଉଁଥିରେ ମନ୍ତ୍ରୀ ଏବଂ ଗଭର୍ଣ୍ଣରଙ୍କ ମଧ୍ୟରେ ଅର୍ଥପୂର୍ଣ୍ଣ ଭାବ ବିନିମୟକୁ ପ୍ରୋତ୍ସାହିତ କରାଯାଇପାରିବ ।

ଏହି ବୈଠକରେ ସଚିବ (ଅର୍ଥନୈତିକ ବ୍ୟାପାର) ଅଜୟ ସେଠ ଏବଂ ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଡି ପାତ୍ରା, ଡେପୁଟି ଗଭର୍ଣ୍ଣର, ଆରବିଆଇ ସହଯୋଗ କରିବେ । ଏହା ସହିତ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଜି -୨୦ ଏଫସିବିଡି ବୈଠକକୁ ଉଦଘାଟନ କରିବେ । ଏହି ବୈଠକ ୨୪-୨୫ ଫେବୃଆରୀରେ ତିନୋଟି ଅଧିବେଶନରେ ଅନୁଷ୍ଠିତହେବ, ଯେଉଁଥିରେ ଏକବିଂଶ ଶତାବ୍ଦୀର ସାଧାରଣ ବିଶ୍ୱସ୍ତରୀୟ ଆହ୍ୱାନର ସମାଧାନ ପାଇଁ ବ୍ୟାଙ୍କଗୁଡ଼ିକୁ ମଜବୁତ କରିବାକୁ ଲକ୍ଷ୍ୟ ରଖାଯିବ ।

ଏହି ଅଧିବେଶନରେ ଗ୍ଲୋବାଲ ଇକୋନୋମି, ଗ୍ଲୋବାଲ ହେଲଥ ଏବଂ ଆନ୍ତର୍ଜାତୀୟ ଟିକସ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଆହୁରି ମଧ୍ୟ, ୨୬ ଫେବୃଆରୀ ୨୦୨୩ ରେ, ପ୍ରତିନିଧିମାନେ କର୍ଣ୍ଣାଟକର ପ୍ରାକୃତିକ ସେନ୍ଦର୍ଯ୍ୟ ଉପଭୋଗ କରିବାର ସୁଯୋଗ ପାଇବେ ।

Related Articles

Back to top button
WP Twitter Auto Publish Powered By : XYZScripts.com