ବାଣିଜ୍ୟ

ଦ୍ୱିତୀୟ ଦିନରେ ଶିକ୍ଷକ ମହାସଂଘର ଆନ୍ଦୋଳନ ଧାରଣା

ଭୁବନେଶ୍ୱର, ୨୮/୧୧/୨୦୨୨ –   ୩ ଦଫା ଦାବି ପୂରଣ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଚାଲିଥିବା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ସୋମବାର ଦ୍ୱିତୀୟ ଦିନରେ ପହଞ୍ଚିଛି । ସହସ୍ରାଧିକ ଶିକ୍ଷକ ଏକାଠି ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ଶିକ୍ଷକମାନଙ୍କ ଧାରଣା ଏବଂ ର‌୍ୟାଲିଯୋଗୁଁ ସହରର ବିଭିନ୍ନ ସ୍ଥାନରେ କାଲିଭଳି ଆଜି ବି ଟ୍ରାଫିକ ସମସ୍ୟା ଦେଖାଦେଇଛି । ସରକାର ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, ଗ୍ରେଡ ପେ ବୃଦ୍ଧି, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଆଦି ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହାଛଡା ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରିବା, ୬ଟି ପଦୋନ୍ନତି ପ୍ରଦାନ, ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା, ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ଆଦି ପୂରଣ ପାଇଁ ଗୁରୁତ୍ୱାରୋପ କରାଯାଇଛି । ସେପଟେ ଏହି ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ବାଚସ୍ପତି ରୁଲିଂ ଦେଇ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com