Breaking NewsFeaturedଜାତୀୟବାଣିଜ୍ୟ

ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌, RBIର ବଡ଼ ନିଷ୍ପତ୍ତି

ମୋବାଇଲ ନ୍ୟୁଜ୍‌ ବ୍ୟୁରୋ: ଅକ୍ଟୋବର ମାସରୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌। ଏହି ନିର୍ଦେଶନାମା ଜାରି କରିଛି ଆରବିଆଇ। ଏଥିପାଇଁ ମେ ୨୩ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ନୋଟ୍‌ ବଦଳାଇବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ନୋଟ୍‌ ବଦଳାଇବା ପାଇଁ ବ୍ୟାଙ୍କଗୁଡ଼ିକରେ ସ୍ଵତନ୍ତ୍ର ସୁବିଧା ବ୍ୟବସ୍ଥା କରାଯିବା। ଜଣେ ବ୍ୟକ୍ତି ଦିନକୁ ସର୍ବାଧିକ ୨୦ ହଜାର ଟଙ୍କା ବଦଳାଇ ପାରିବେ କିମ୍ବା ଜମା କରିପାରିବେ।

ଏପରିକି ବ୍ୟାଙ୍କଗୁଡ଼ିକୁ ମଧ୍ୟ ଗ୍ରାହକଙ୍କୁ ଆଉ ୨ ହଜାର ଟଙ୍କିଆ ନୋଟ୍‌ ନଦେବା ପାଇଁ ନିର୍ଦେଶ ଦିଆଯାଇଛି। ଏନେଇ ପୂର୍ବରୁ ପ୍ରସ୍ତୁତି କରିସାରିଛି ଆରବିଆଇ। କାରଣ ୨୦୧୮-୧୯ରୁ ୨ ହଜାର ଟଙ୍କିଆ ନୋଟ୍‌ ଆଉ ଛପା ଯାଉନଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com