Featuredଜାତୀୟମନୋରଞ୍ଜନ

ଯବାନର ପ୍ରିଭ୍ୟୁ ଦେଖି ଫ୍ୟାନ୍ସ କହିଲେ କପି ହୋଇଛି ଶାହରୁଖଙ୍କ ଲୁକ୍

ରିଲିଜ୍‌ ହେଲା ’ଯବାନ’ ଟ୍ରେଲର୍‌

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ପଠାନ ପରେ ପୁଣି ବକ୍ସ ଅଫିସରେ ଧମାକା କରିବାକୁ ଯଆଉଛନ୍ତି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ । ଆଗାମୀ ଫିଲ୍ମ ଯବାନ ସହ ଦର୍ଶକଙ୍କୁ ଦିୱାନା କରିବେ କିଙ୍ଗ ଖାନ । ନିକଟରେ ଫିଲ୍ମର ପୋଷ୍ଟର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଦମଦାର ପ୍ରିଭ୍ୟୁ ରିଲିଜ ହୋଇଛି । ଯେଉଁଥିରେ ଶାହରୁଖଙ୍କୁ କେ ନୂଆ ଅବତାରରେ ଦେଖିବାକୁ ମିଳିଛି । ଏହି ପ୍ରିଭ୍ୟୁରେ ଆକ୍ସନ ପ୍ୟାକ ଭରିରହିଛି । ଯେଉଁଥିରେ ସେ କହିଛନ୍ତି ମୁଁ ଜାଣେ ନାହିଁ ମୁଁ କିଏ, ମୋର କୌଣସି ଉଦ୍ଦେଶ୍ୟ ନାହିଁ । ମୁଁ ଏକ ପୁଣ୍ୟ କି ପାପ ନିଜକୁ ପଚାର କାରଣ ମୁଁ ହିଁ ତୁମେ । ନାମ ତ ଶୁଣିଥିବେ ନିଶ୍ଚୟ । ପ୍ରିଭ୍ୟୁରେ ଶାହରୁଖଙ୍କ ଅନେକ ଲୁକ ଦେଖିବାକୁ ମିଳିଛି । ଏହି ପ୍ରିଭ୍ୟୁ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ନେଇ ଅନେକ କମେଣ୍ଟସ ମଧ୍ୟ ଦେଇଛନ୍ତି । କେତେକ ଏହାକୁ ବ୍ଲକବ୍ଲଷ୍ଟ କହିଥିବା ବେଳେ କିଛି ଶାହରୁଖଙ୍କ ଲୁକକୁ କପି କରାଯାଇଥିବା କହିଛନ୍ତି । ସତରେ କଣ ଶାହାରୁଖଙ୍କ ଲୁକକୁ କପି କରାଯାଇଛି । ତେବେ କେଉଁ ଷ୍ଟାରଙ୍କ ଲୁକକୁ କପି କରିଛନ୍ତି କିଙ୍ଗଖାନ । ତେବେ ଶାହାରୁଖଙ୍କ ଏକ ମାସ୍କ ପିନ୍ଧା ଲୁକକୁ ନେଇଣ୍ଟରନେଟ ବ୍ୟବହାରକାରୀ ମାନେ ଟ୍ରୋଲ କରିଛନ୍ତି । ଏହି ଲୁକକୁ ସେମାନେ ସାଉଥ ସୁପର ଷ୍ଟାର ଚିଆନ ବିକ୍ରମ ଅଭିନିତ ବ୍ଲକବଷ୍ଟର ଫିଲ୍ମ ଅପରିଚିତରୁ କପି କରାଯାଇଛି ବୋଲି କହିଛନ୍ତି ।

ପ୍ରିଭ୍ୟୁରେ ଶାହରୁଖ ଖାନଙ୍କ ଭିନ୍ନ ଭିନ୍ନ ଲୁକର ଫଟୋ ସେୟାର କରି ଜଣେ ପ୍ରଶଂସକ ଲେଖିଛନ୍ତି ଯବାନ ପ୍ରିଭ୍ୟୁ ହେଉଛି ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖିଥିବା ସର୍ବୋତ୍ତମ ଟିଜର । ଏହାକୁ ବର୍ଣ୍ଣନା କରିବାକୁ କୌଣସି ଶବ୍ଦ ନାହିଁ । ବ୍ଲକବଷ୍ଟର । ସେହିପରି ଅନେକ ପ୍ରଶଂସକ ଯବାନର ପ୍ରିଭ୍ୟୁରେ ଆକ୍ସନ ପ୍ୟାକ ହୋଇଥିବା କହି ପ୍ରଶଂସା କରିଛନ୍ତି । ଅନ୍ୟ ଜଣେ ପ୍ରଶଂସକ ଯବାନରୁ ଶାହରୁଖଙ୍କ ଲୁକର ୨ଟି ଫଟୋ ସେୟାର କରି ଲେକିଛନ୍ତି ଏହି ଦୁଇଟି ଲୁକ ଥିଏଟରରେ ଧମାକା କରିବ । ତେବେ ଏଠି କହିରଖୁଛି ଭାରତରେ ଟମ କ୍ରୁଜଙ୍କ ଫିଲ୍ମ ମିଶନ ଇମ୍ପସିବଲ ୭ର ରିଲିଜ ଦିନ ଅର୍ଥାତ ଜୁଲାଇ ୧୨ ତାରିଖରେ ଯବାନର ଟ୍ରେଲରକୁ ଲଂଚ କରାଯିବ । ସେହିପରି ଯବାନ ଚଳିତବର୍ଷ ସେପ୍ଟେମ୍ବର ୭ରେ ରିଲିଜ ହେବ । ଏହି ସିନେମାଟି ଶାହାରୁଖଙ୍କ ପ୍ରଡକ୍ସ କମ୍ପାନୀ ରେଡ ଚିଲିସ ଏଣ୍ଟରନେଟନମେଣ୍ଟ ଦ୍ଵାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଅଟଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ତେବେ ନିର୍ଦ୍ଦେଶକ ଅଟିଲଙ୍କ ସହ ଶାହାରୁଖ ପ୍ରଥମ ଥର ପାଇଁ କାମ କରିଛନ୍ତି । ଫିଲ୍ମ ପଠାନର ବିପୁଳ ସଫଳତା ପରେ ଶାହରୁଖ ଯବାନ ସହ ମଧ୍ୟ ରେକର୍ଡ କରିବେ ବୋଲି କୁହାଯାଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com