ଜାତୀୟ

ଦଶ ଟଙ୍କିଆ ନୋଟରେ ପ୍ରେମିକ ପାଇଁ ପ୍ରେମିକାର ସନ୍ଦେଶ, ‘ଏପ୍ରିଲ ୨୬ରେ ବାହାଘର, ମୋତେ ନେଇଯାଅ’

ନୂଆଦିଲ୍ଲୀ() ସୋସିଆଲ ମିଡିଆ ଯୁଗ, କେତେବେଳ ଯେ କଣ ଭାଇରାଲ ହେବ କିଛି କହି ହେବନି। କିଛି ଦିନ ପୂର୍ବେ ‘ସୋନମ ଗୁପ୍ତା ୱେବଫା ହୈ’ ଲେଖା ଥିବା ଏକ ଦଶ ଟଙ୍କିଆ ନୋଟ ଭାଇରାଲ ହୋଇଥିଲା । ଲୋକେ ମଧ୍ୟ ବେଶ ମଜା ଉଠାଇଥିଲେ। ଏବେ ଏହିପରି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଦଶ ଟଙ୍କିଆ ନୋଟରେ ଜଣେ ପ୍ରେମିକା ନିଜ ପ୍ରେମିକ ପାଇଁ ସନ୍ଦେଶ ଲେଖି ତାକୁ ଘରୁ ନେଇଯିବା ପାଇଁ ନିବେଦନ କରିଛି।

ଏହି ଦଶ ଟଙ୍କିଆ ନୋଟକୁ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ସେୟାର କରିଛନ୍ତି । ନୋଟରେ ଲେଖା ଅଛି, ବିଶାଲ ଏପ୍ରିଲ ୨୬ରେ ମୋର ବାହାଘର। ମୋତେ ଏଠୁ ନେଇଯିବ । ମୁଁ ତୁମକୁ ଭଲ ପାଉଛି । ତୁମର କୁସୁମ।

 କ୍ରାଇମ ମାଷ୍ଟର ଗୋଗ ନାମକ ଟ୍ୱିଟର ୟୁଜର ଏହାକୁ ସେୟାର କରି ଲେଖିଛନ୍ତି, ଟ୍ୱିଟର ଲୋକେ ନିଜର ଶକ୍ତି ଦେଖାନ୍ତୁ। ଏପ୍ରିଲ ୨୬ ପୂର୍ବରୁ କୁସୁମଙ୍କ ସନ୍ଦେଶ ବିଶାଲ ନିକଟରେ ପହଞ୍ଚାଇ ଦିଅ। ଏହି ପୋଷ୍ଟ ଭାଇରାଲ ହେବା ସହ ଲୋକେ ବିଶାଲ ଏବଂ କୁସୁମକୁ ନେଇ ବେଶ ମଜା କରୁଛନ୍ତି। ତେବେ କିଛି ଲୋକେ ନୋଟରେ ଲେଖାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଯାହା ବି ହେଉ, ସୋସିଆଲ ମିଡିଆରେ ଏବେ ଏହି ନୋଟ ବେଶ ଭାଇରାଲ।

Related Articles

Back to top button
WP Twitter Auto Publish Powered By : XYZScripts.com