ଜାତୀୟମନୋରଞ୍ଜନ

ଫିଲ୍ମ ‘ଗେହରାଇୟାଁ’କୁ ‘ମର୍ଡର’ ସହ ତୁଳନା କଲେ ମଲ୍ଲିକା, କହିଲେ-ମୁଁ ଯାହା କରିଥିଲି ଏବେ ଦୀପିକା…

ମୁମ୍ବାଇ: ବଲିଉଡର ସବୁଠାରୁ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ମଲ୍ଲିକା ଶେରାୱାତ୍‌ ଖୁବ୍‌ ପପୁଲାର। ବହୁ ବର୍ଷ ପରେ ପୁଣି ଥରେ ପରଦାକୁ ଫେରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କୁ ଫିଲ୍ମ ଆର.କେରେ ଦେଖିବାକୁ ମିଳିବ ଯାହାକୁ ସେ ଏବେ ବହୁତ ପ୍ରମୋଟ୍ କରୁଛନ୍ତି। ପ୍ରମୋସନ ସମୟରେ ମଲ୍ଲିକା ଅନେକ କଥା କହିଥିଲେ । କେବଳ ଏତିକି ନୁହେଁ ୨୦୦୪ରେ ଆସିଥିବା ତାଙ୍କ ଫିଲ୍ମ ‘ମର୍ଡର’ କୁ ଦୀପିକା ପାଦୁକୋନଙ୍କ ଫିଲ୍ମ ଗେହରାଇୟାଁ ସହ ତୁଳନା କରିଛନ୍ତି। ସେ କହିଥିଲେ ଏସବୁ ୧୫ ବର୍ଷ ପୂର୍ବେ କରିଛନ୍ତି ଯାହା ଦୀପିକା ବର୍ତ୍ତମାନ କରୁଛନ୍ତି।

ସାକ୍ଷାତକାରରେ  ମଲ୍ଲିକା କହିଛନ୍ତି, ଲୋକମାନେ କେବଳ ତାଙ୍କ ବୋଲ୍ଡ ଇମେଜ ବିଷୟରେ କଥାବାର୍ତ୍ତା କରନ୍ତି। ଯେତେବେଳେ ମୁଁ ଫିଲ୍ମ ମର୍ଡର କରିଥିଲି, କେତେ ଲୋକ ଏକ ହଙ୍ଗାମା ସୃଷ୍ଟି କରିଥିଲେ । ଲୋକମାନେ ତାଙ୍କ କିସ୍‌ ଏବଂ ବିକିନି ସିନ୍‌ ବିଷୟରେ ବହୁତ କଥା ହୋଇଥିଲେ। କିନ୍ତୁ ଦୀପିକା ପାଦୁକୋନ୍ ନିକଟରେ ଗେହରାଇୟାଁରେ ଯାହା କରିଛନ୍ତି, ମୁଁ ତାହା ୧୫ ବର୍ଷ ପୂର୍ରୁ କରି ସାରିଛି । ଏହା କିଛି ନୂଆ ନୁହେଁ । କିନ୍ତୁ ସେତେବେଳେ ଲୋକଙ୍କ ଚିନ୍ତାଧାରା ବହୁତ ଛୋଟ ଥିଲା । ଇଣ୍ଡଷ୍ଟ୍ରିରେ ବହୁତ ଲୋକ ଥିଲେ ଯେଉଁମାନେ ମୋତେ ମାନସିକ ନିର୍ଯାତନା ଦେଇଥିଲେ। ଏହି ଲୋକମାନେ କେବଳ ମୋ ଶରୀର ଏବଂ ଗ୍ଲାମର ବିଷୟରେ କଥା ହୋଇଥିଲେ, ଅଭିନୟ ବିଷୟରେ ନୁହେଁ ।

କାମ ବିଷୟରେ କହିବାକୁ ଗଲେ ମଲ୍ଲିକାଙ୍କ ଫିଲ୍ମ ଆର.କେ ୨୨ ଜୁଲାଇରେ ରିଲିଜ୍‌ ହେବ ।  ରଜତ କପୁରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମଲ୍ଲିକାଙ୍କ ସହ ପ୍ରମୁଖ ଭୂମିକାରେ କୁବବ୍ରା ସେଟ, ରଣଭୀର ଶୋରେ, ମନୁ ଋଷି, ଚନ୍ଦ୍ରଚୁର ରାୟ, ଅଭିଜିତ୍ ଦେଶପାଣ୍ଡେ, ଅଭିଷେକ ଶର୍ମା ପ୍ରମୁଖ ଅଭିନୟ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com