ଓଡ଼ିଶା

ସିକନ୍ଦରଙ୍କୁ ପିଟି ପିଟି ହତ୍ୟା, ଦୁଇ ନାବାଳକ ଅଟକ

ବଡ଼ବିଲ: ଯୋଡ଼ା ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ମୃତକଙ୍କ ନାମ ସିକନ୍ଦର ମହାକୁଡ଼ । ଘଟଣାରେ  ଯୋଡ଼ା ପୋଲିସ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

ଖବର ଅନୁଯାୟୀ, ସିକନ୍ଦର ମହାକୁଡ଼ ବସ୍ତିର ଜଣେ ବିଧବା ମହିଳାଙ୍କୁ ଟଣା ଓଟରା କରୁଥିବା ସମୟରେ, ମହିଳାଙ୍କ ଦୁଇ ନାବାଳକ ପୁଅ ଏହା ଦେଖିଥିଲେ । ସେମାନେ ଉତ୍ୟକ୍ତ ହୋଇ ସିକନ୍ଦରକୁ ଏକ କାଠ ଖୁଣ୍ଟରେ ବାନ୍ଧି ଠେଙ୍ଗା ଓ ପାଇପରେ ନିସ୍ତୁକ ମାଡ଼ ମାରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ, ସିକନ୍ଦରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଟା ଷ୍ଟିଲ ମେଡିକାଲକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଯୋଡ଼ା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

ସେପଟେ ପଚରାଉଚରା ପରେ ଜଣେ ନାବାଳକକୁ ପୋଲିସ ଛାଡି ଦେଇଥିବା ବେଳେ, ବିଧବା ମହିଳାଙ୍କ ଦୁଇ ନାବାଳକ ପୁଅଙ୍କୁ ଅଟକ ରଖିଛି ପୋଲିସ। ନାବାଳକ ୨ଜଣଙ୍କୁ ପୋଲିସ ନିକଟରେ ଦୋଷ ସ୍ୱୀକାର କରିଥିବା କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com