ଜାତୀୟ

ରୋଚକ ହେବ ୟୁପି ଲଢ଼େଇ, ଅଖିଲେଶଙ୍କ ବିରୋଧରେ ପ୍ରାର୍ଥୀ ସ୍ଥିର କଲା ବିଜେପି!

ଲକ୍ଷ୍ନୌ: ଆହୁରି ରୋଚକ ହେବ ଉତ୍ତରପ୍ରଦେଶ ଲଢ଼େଇ। ଅଖିଲେଶଙ୍କୁ କିଏ ଦେବ ଟକ୍କର? ତାଙ୍କ ଗଡରେ ହିଁ ପଶି ତାଙ୍କୁ କିଏ ଦେବ ଚେକ୍‌ ମେଟ୍‌। ଏଥିପାଇଁ ବିଜେପି ଚଲାଇଛି ଅଙ୍କକଷା। ଅଖିଲେଶ ବିରୋଧରେ ପ୍ରାର୍ଥୀ ସ୍ଥିର କରୁଛି ବିଜେପି। ଅଖିଲେଶଙ୍କ ଗଡରେ ଏବେ ତାଙ୍କ ଭାଇ ବୋହୂ ତାଙ୍କୁ ଦେଇପାରନ୍ତି ଟକ୍କର। ଏଥର ଉତ୍ତରପ୍ରେଦଶ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିପରେ ଦେଢ଼ଶୂର ବନାମ ଭାଇବୋହୂ।

ମୁଲାୟମ ପରିବାରର ସାନ ବୋହୂ ଅପର୍ଣ୍ଣା ଯାଦବ ସମାଜବଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଟକ୍କର ଦେଇପାରନ୍ତି। ଅଖିଲେଶଙ୍କ ବିରୋଧରେ ସେ କରହଲରୁ ନିର୍ବାଚନ ଲଢ଼ିପାରନ୍ତି। ବିଜେପି ଅପର୍ଣ୍ଣାଙ୍କୁ ମୈନପୁରୀର କରହଲ ବିଧାନସଭା ଆସନରୁ ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ସମାନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଖିଳେଶ ଯାଦବ ମଧ୍ୟ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ, ବିଜେପିରେ ଯୋଗଦେବା ପରେ ଅପର୍ଣ୍ଣ ଯାଦବ ମଧ୍ୟ ସୂଚାଇ ଦେଇଛନ୍ତି ଯେ ଦଳ ଯାହା ନିଷ୍ପତ୍ତି ନେବେ, ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ।  ନିର୍ବାଚନରେ ​​ଜିତିବା ହାରିବା ବ୍ୟତୀତ ଏକ ଭଲ ପରିବେଶ ସୃଷ୍ଟି ପାଇଁ ମଧ୍ୟ ଅନେକ ନିଷ୍ପତ୍ତି ନିଆଯାଏ। ନିର୍ବାଚନୀ ଛକା ପଞ୍ଝା ଭିତରେ ନେତାମାନଙ୍କ ଦଳ ଛାଡିବା ଓ ଯୋଗଦେବା ହେତୁ ରାଜନୈତିକ ମାହୋଲ ସୃଷ୍ଟି ହୁଏ ଏବଂ ଖରାପ ମଧ୍ୟ ହୁଏ। ଏଭଳି ପରିବେଶ ସୃଷ୍ଟି କରିବାରେ ବିଜେପି ସବୁଠୁ ମାହିର ଦଳ ବୋଲି କୁହାଯାଏ। ଏହି ପ୍ରସଙ୍ଗରେ ମୁଲାୟମ ପରିବାରର ସାନ ବୋହୂ ଅପର୍ଣ୍ଣା ଯାଦବଙ୍କ ବିଜେପିରେ ସାମିଲ ହେବା ନିଷ୍ପତ୍ତି କିଛି ଏଭଳି ହିଁ ଇସାରା କରୁଛି।

ଅଖିଳେଶ ଯାଦବ ଆଜି କରହଲରେ ନିଜର ନାମାଙ୍କନପତ୍ର ଦାଖଲ କରିବେ। ବିଜେପି କରହଲରୁ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ତେବେ ବିଜେପି କରହଲରୁ ଅପର୍ଣ୍ଣ ଯାଦବଙ୍କୁ ଟିକେଟ ଦେଇପାରେ ବୋଲି ଆଲୋଚନା ହେଉଛି। ଯଦି ଅପର୍ଣ୍ଣା ଯାଦବ କରହଲ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତେବେ ନିର୍ବାଚନ ଆହୁରି ରୋଚକ ହେବ।

କରହଲ ଆସନରୁ ଅପର୍ଣ୍ଣା ଯାଦବଙ୍କ ପ୍ରତିଦ୍ୱନ୍ଦିତାକୁ ନେଇ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ନିଆଯାଇ ନାହିଁ। କିନ୍ତୁ ଅପର୍ଣ୍ଣା ଯାଦବ ନିଶ୍ଚିତ ଭାବରେ କହିଛନ୍ତି ଯେ ନିର୍ବାଚନ ଲଢ଼ିବେ ନା ନାହିଁ ଓ କେଉଁଠାରୁ ଲଢ଼ିବେ ତାହା ଦଳ ହିଁ ସ୍ଥିର କରିବ। ଦଳ ଯେଉଁ ନିଷ୍ପତ୍ତି ନେବ ସେ ତାକୁ ଗ୍ରହଣ କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com