ଜାତୀୟ

୩୪୮ ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

ବିଦେଶୀ ଆପ୍ ଉପରେ କେନ୍ଦ୍ର ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ । ଚୀନ୍ ଓ ଅନ୍ୟ ଦେଶ ଦ୍ୱାରା ବିକଶିତ ହୋଇଥିବା ୩୪୮ ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ଏହି ଆପ୍ ଗୁଡିକୁ ଚିହ୍ନଟ କରାଯିବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଆପ୍ ଗୁଡିକ ୟୁଜର୍ସଙ୍କର ତଥ୍ୟ ଏକାଠି କରିବା ସହ ଏହାକୁ ବିଦେଶରେ ଥିବା ସର୍ଭରକୁ ବିନା ଅନୁମତିରେ ପଠାଉଥିବା ନେଇ ସୂଚନା ମିଳିଛି । ଏନେଇ ସଂସଦରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, କେନ୍ଦ୍ର ଗୃହ ବିଭାଗ ୩୪୮ଟି ଏଭଳି ଆପକୁ ଚିହ୍ନଟ କରିଥିଲା । ଯେଉଁ ଆପ୍ ଗୁଡିକ ୟୁଜର୍ସଙ୍କ ତଥ୍ୟ ବିନା ଅନୁମତିରେ ବାହାର ଦେଶକୁ ପଠାଉଥିଲେ । ଏନେଇ ସୂଚନା ମିଳିବା ପରେ କେନ୍ଦ୍ର କଡା କାର୍ଯ୍ୟାନୁଷ୍ଠାନ ନେବା ସହ ଭାରତରେ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । କାରଣ ଏଭଳି ତଥ୍ୟ ବିତରଣ ଦ୍ୱାରା ଦେଶର ସୁରକ୍ଷା ଓ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଛି । ତେଣୁ ଏହି ଆପକୁ ବ୍ଲକ କରିବାର ଯଥେଷ୍ଟ ଆବଶ୍ୟକତା ଥିଲା । ଯେହେତୁ ଏହି ଆପ୍ ଗୁଡିକ ମଧ୍ୟରେ ଅନେକ ଆପ୍ ଚୀନ୍ ଦ୍ୱାରା ବିକଶିତ ହୋଇଛି ତେଣୁ ତୁରନ୍ତ ଏହା ପ୍ରତିବନ୍ଧକ ଲଗାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com