ଜାତୀୟମନୋରଞ୍ଜନ

ସିନେମା ପାଇଁ ବିବେକ ଅଗ୍ନିହୋତ୍ରି ବନ୍ଧା ପକାଇ ଥିଲେ ଘର ; ଜାଣନ୍ତୁ “ଦ କଶ୍ମୀର ଫାଇଲ୍ସ”ର ସଫଳତା ପଛର କାହାଣୀ

ମୁମ୍ୱାଇ() ସାରା ଭାରତରେ ଏବେ “ଦ କାଶ୍ମୀର ଫାଇଲ୍ସ” ନାମକ ସିନେମା ସବଠାରୁ ଲୋକପ୍ରିୟ ଓ ଚର୍ଚ୍ଚାରେ ରହଛି । ଏହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ର ଏଥିପାଇଁ ବହୁତ ଖୁସି ଅଛନ୍ତି । ତାଙ୍କର ନିର୍ଦ୍ଦେଶନାରେ ତିଆରି ହୋଇଥିବା ସିନେମା ‘ଦ କାଶ୍ମୀର ଫାଇଳ୍ସ’ ବର୍ତ୍ତମାନ ଆଶାତୀତ ସଫଳତା ହାସଲ କରିଛି। ଏହି ଫିଲ୍ମ ମୁକ୍ତିଲାଭ କରିବାର ମାତ୍ର କିଛି ଦିନ ଭିତରେ ୨୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। କିନ୍ତୁ ଏହି ସଫଳତା ପାଇବା ତାଙ୍କ ପାଇଁ ଏତେ ସହଜ ନଥିଲା। ଏହି ସିନେମାର ନିର୍ମାଣ ସମୟରେ ଓ ପରେ ବିବେକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି।

ଏହା ମଧ୍ୟରେ ବିବେକ ଏକ ବଡ଼ ଖୁଲାସା କରିଛନ୍ତି । ତାଙ୍କର ଅନୁପସ୍ଥିତିରେ ଦୁଇଜଣ ଯୁବକ କିପରି ତାଙ୍କ କାର୍ଯ୍ୟାଳୟ ଭିତରେ ପ୍ରବେଶ କରିଥିଲେ ସେ ଏହା ପ୍ରକାଶ କରିଛନ୍ତି । ‘ବଲିଉଡ ହଙ୍ଗାମା’କୁ ସାକ୍ଷାତକାର ଦେବା ସମୟରେ ବିବେକ ଅଗ୍ନୀହୋତ୍ର କହିଛନ୍ତି ଏହି ସିନେମାକୁ ତିଆରି କରିବା ପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ଏମିତିକି ତାଙ୍କ ଅନୁପସ୍ଥିତି ସମୟରେ ଦୁଇଜଣ ଯୁବକ ତାଙ୍କ ଅଫିସ ଭିତରକୁ ପସିଯାଇଥିଲେ।। ସେହି ସମୟରେ ଜଣେ ମ୍ୟାନେଜର ଓ ଜଣେ ମଧ୍ୟବୟସ୍କା ମହିଳା ସେଠାରେ ଥିଲେ।

ବିବେକ ଅଗ୍ନିହୋତ୍ର କହିଛନ୍ତି “ସେମାନେ ଆସି ମୋ କବାଟକୁ ବଡ଼ ଜୋର ଖୋଲିବା ସହିତ ମ୍ୟାନେଜରଙ୍କୁ ଠେଲି ଦେଇଥିଲେ ଫଳରେ ସେ ତଳେ ପଡ଼ିଯାଇଥିଲେ। ସେହି ଯୁବକମାନେ ମୋ ବିଷୟରେ ପଚାରିଲେ ଓ ସେଠାରୁ ଚାଲି ଯାଇଥିଲେ। ଏହା ପୂର୍ବରୁ ଏହି ଘଟଣାକୁ ମୁଁ ଧ୍ୟାନ ଦେଇ ନଥିଲି କାରଣ ଲୋକପ୍ରିୟତା ହାସଲ କରିବାକୁ ମୁଁ ଏପରି ଘଟଣାକୁ ପ୍ରକାଶ କରିବାକୁ ଚାହୁଁ ନଥିଲି । ମୁଁ ତାଙ୍କୁ କହିଲି ସୁରକ୍ଷା ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କିନ୍ତୁ ସେମାନେ କହିଲେ ଚିନ୍ତା କରିବାର ଆବଶ୍ୟକତା ରହିଛି “।

ଚଳଚ୍ଚିତ୍ରକୁ ମିଳିଥିବା ସୁନ୍ଦର ପ୍ରତିକ୍ରିୟାରେ ବିବେକ ଖୁବ ଖୁସି ଅଛନ୍ତି । ସେ କହିଛନ୍ତି ସାରା ଦୁନିଆର ଲୋକ ଏହି ଫିଲ୍ମକୁ ଧୈର୍ଯ୍ୟର ସହ ଦେଖିଛନ୍ତି। ୩ ଘଣ୍ଟା ୫୦ ମିନିଟ କୌଣସି ମଜା କରିବାର କଥା ନୁହେଁ। ସାରା ଦୁନିଆରେ ଥିବା କାଶ୍ମୀରି ପଣ୍ଡିତ ଲୋକମାନଙ୍କ ପାଖରେ ପହଞ୍ଚି ପାରିଛନ୍ତି । କନଡ଼ାରେ ପ୍ରଥମେ ଏହା ୨୦୦ ଥିବାବେଳେ ଏବେ ୯୦୦୦ରେ ପହଞ୍ଚିଛି । ଏହି ଫିଲିମକୁ ତିଆରି କରିବା ପାଇଁ ପଇସା ଖର୍ଚ୍ଚ କରିଛି। ଘରକୁ ବନ୍ଧା ପକାଇଛି । ସିନେମା ପାଇଁ ବିଭିନ୍ନ ଜାଗାକୁ ଯାଇ ଗବେଷଣା କରିଛି । ଏହି ସବୁ ଖର୍ଚ୍ଚ ପରେ ମୋତେ ଜଣା ନଥିଲା କଣ ପାଇବି ?

ବିବେକ ଅଗ୍ନୀହୋତ୍ର ଏହି ଫିଲ୍ମ ପାଇଁ କରିଥିବା ପରିଶ୍ରମ ଓ ସଂଘର୍ଷ ଏବେ ସଫଳ ରୂପ ନେଇଛି। ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରର ଏପରି ସୁନାମୀ ଆସିଛିଯେ ବଡ଼ ବଡ଼ ସିନେମାର ରେକର୍ଡ ଧ୍ୱଂସ ହୋଇ ଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com