Breaking NewsFeaturedଅନ୍ତର୍ଜାତୀୟଓଡ଼ିଶାକ୍ରୀଡ଼ାଜାତୀୟ

କଳିଙ୍ଗ ଷ୍ଟାଡିଅମ୍‌ରେ ଏସୀୟ କ୍ରୀଡ଼ା ପାଇଁ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍‌ ପ୍ରତିଯୋଗିତା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଓଡ଼ିଶାରେ ପୁଣି ହେବାକୁ ଯାଉଛି ଏକ ବଡ଼ କ୍ରୀଡ଼ା ପ୍ରତିଯୋଗିତା। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଭାରତୀୟ ଜିମ୍ନାଷ୍ଟିକ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ମଙ୍ଗଳବାରଠୁ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେବାକୁ ଯାଉଛି ଏସୀୟ କ୍ରୀଡ଼ା ପାଇଁ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍‌ ଚୟନ ପ୍ରତିଯୋଗିତା । ଏହା ଆସନ୍ତା ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଚାଲିବ। ଦେଶର ୫୦ ଜଣ ପ୍ରମୁଖ ଜିମ୍ନାଷ୍ଟ୍‌ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି। ତେବେ ଏଥିରେ ଓଡ଼ିଶାରୁ ସାମିଲ୍‌ ହୋଇଛନ୍ତି ୩ ଜଣ ପ୍ରତିଯୋଗୀ।

ଓଡ଼ିଶାରୁ ଭାଗ ନେବାକୁ ଥିବା ଖେଳାଳିମାନେ ହେଲେ ରାକେଶ ପାତ୍ର, ତପନ ମହାନ୍ତି ଏବଂ ତପେଶ୍ୱର ଦାସ। ସେହିପରି ଅଲିମ୍ପିଆନ ଦୀପା କର୍ମକାର, ପ୍ରଣତି ନାୟକ, ପ୍ରଣତି ଦାସ, ପ୍ରତିଷ୍ଠା ସାମନ୍ତ ପ୍ରମୁଖ ଏଥିରେ ଭାଗ ନେଇ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଏସୀୟ କ୍ରୀଡ଼ା ଟିକେଟ୍‌ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com