Featuredକ୍ରୀଡ଼ାଜାତୀୟରାଜନୀତି

ବ୍ରିଜଭୁଷଣଙ୍କୁ ମହଙ୍ଗା ପଡ଼ିଲା ଚାଲେଞ୍ଜ୍, ଭିନେଶ କହିଲେ ଦମ୍‌ ଅଛି ତ ମିଡିଆ ସାମ୍ନାକୁ ଆସ   

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କୁସ୍ତି ଯୋଦ୍ଧା ସଂଘ ଏବଂ ସଭାପତିଙ୍କ ମଧ୍ୟରେ ବିବାଦ ଏବେ ଭିନ୍ନ ମୋଡ଼ ନେଇଛି । ଯାହାକୁ ନେଇ ଉଠୁଛି ପଡ଼ୁଛି ପୂରା ଦେଶ । କିଛି ଦିନ ତଳେ ସଂଘର ସଭାପତି ବ୍ରିଜଭୁଷଣ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଖୋଲାଖୋଲି ଭାବରେ କହିଥିଲେ ଯେ ଯଦି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଁ ନାର୍କୋଟେଷ୍ଟ ଦେବେ ତାହେଲେ ମୁଁ ମଧ୍ୟ ଦେବି । ସେପଟେ ଖୁଲମ୍ ଖୁଲା ଗଣମାଧ୍ୟମ ଆଗରେ ଏହାର କଡ଼ା ଜବାବ ଦେଇଛନ୍ତି ଭିନେଶ। ସେ କହିଛନ୍ତି କେବଳ ମୁଁ ନୁହେଁ ମୋ ଭଳି ଅନ୍ୟ ସମସ୍ତ ଅଭିଯୋଗକରୀ ଏହି ନାର୍କୋଟେଷ୍ଟ ଦେବେ । କିନ୍ତୁ ଏହି ଟେଷ୍ଟ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଏବଂ ଜାତୀୟ ଗଣମାଧ୍ୟମ ଆଗରେ ହେବା ଆବଶ୍ୟକ । ଏହା ଲାଇଭ ହେବା ଉଚିତ୍ ଯାହା ଦ୍ୱରା ସାରା ଦେଶ ଝିଅମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ ଅବଗତ ହୋଇପାରିବେ ।

ତେବେ ଦେଖିବାକୁ ବାକି ରହିଲା ଏବେ ମାମଲା କେଉଁ ଆଡ଼କୁ ଯାଉଛି ।

WFI ମୁଖ୍ୟ ବ୍ରିଜଭୁଷଣଙ୍କ ବିରୋଧରେ ପ୍ରାୟ ଏକ ମାସ ଧରି ଆନ୍ଦୋଳନରେ ବସିଛନ୍ତି । ବ୍ରିଜଭୁଷଣଙ୍କ ନାଁରେ ପୁଲିସ୍ ଏଫ୍‌ଆଇଆର୍‌ ରୁଜୁ କରିଥିଲେ ବି ଏଯାଏ ସେ ଗିରଫ ହୋଇନାହାନ୍ତି । ଏନେଇ ସମସ୍ତ ଆନ୍ଦୋଳକାରୀ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ବ୍ରିଜଭୁଷଣଙ୍କ ଗିରଫ ପରେ ଏହା ଶେଷ ହେବ ବୋଲି ବିନୋଶ କହିଛନ୍ତି ।  ସେପଟେ ୨୮ ତାରିଖରେ ଖ୍ୟାତି ସମ୍ପନ୍ନ ରେସଲର୍ ସାକ୍ଷୀ ମଲ୍ଲିକଙ୍କ ନେତୃତ୍ୱରେ ନୂତନ ସସଂଦ ଭବନର ଆଗରେ ଉଦ୍ଘାଟନୀ ସମାରୋହ ଅବସରରେ ମହା ପଞ୍ଚାୟତ ହେବ ବୋଲି ରୋହତକରେ ହୋଇଥିବା ଖାପ୍ ପଞ୍ଚାୟତରେ ନିଷ୍ପତ୍ତି ହୋଇଥିଲା । ମେ ୨୩ ଅର୍ଥାଥ ଆଜି କୁସ୍ତି ଯୋଦ୍ଧାମନେ ଜନ୍ତରମନ୍ତରରୁ ଇଣ୍ଡଆ ଗେଟ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com