ଜାତୀୟ

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ, ସେନା ଗୁଳିରେ ଟଳିଲା ଜଣେ ଆତଙ୍କୀ, ଜଣେ ଗିରଫ

ଶ୍ରୀନଗର : ଜାମ୍ମୁ କାଶ୍ମୀରର କୁପୱାଡାରେ ପୋଲିସ ଏବଂ ସେନାର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ । ଅନ୍ୟପଟେ ସୋକତ ଅହମଦ ଶେଖ ନାମକ ଜଣେ ଆତଙ୍କୀକୁ କୁପୱାଡାର ତୋଲବ ଅଞ୍ଚଳରୁ ଗିରଫ କରାଯାଇଛି। ସର୍ଚ୍ଚ ଅପରେସନ ଟିମ ଉପରେ ଆତଙ୍କବାଦୀ ଗୁଳି ଚଳାଇଥିଲେ। ତେବେ ପୋଲିସ ସୂଚନା ଅନୁସାରେ ସମ୍ପୂର୍ଣ୍ଣ ଅଞ୍ଚଳରୁ ଘେରାବନ୍ଦୀ କରାଯାଇଛି ଏବଂ ଉଭୟରୁ ଗୁଳିବିନିମୟ ଜାରି ରହିଛି।

ମୃତ ଆତଙ୍କାବାଦୀ ପାକିସ୍ତନୀ ହୋଇଥିବା ଜଣାପଡିଛି । କାଶ୍ମୀର ଆଇଜିପି କହିଛନ୍ତି ମୃତ ଆତଙ୍କୀ ଲସ୍କର-ଏ-ତୋଏବ ପାଇଁ କାମ କରୁଥିଲା। ଏହାଛଡା ଦୁଇରୁ ତିନି ଜଣ ଆତଙ୍କବାଦୀ ଏବେ ବି ସମ୍ପୃକ୍ତ ଅଞ୍ଚଳରେ ଥିବା ସେ କହିଛନ୍ତି । ଏନକାଉଣ୍ଟର ଏବେ ବି ଜାରି ରହିଛି । ଅଧିକ ସୂଚନା ପାଇଁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଘାଟିକୁ ଅଶାନ୍ତ କରିବା ପାଇଁ ଆତଙ୍କବାଦୀ ହୀନ ଉଦ୍ୟମ କରୁଛନ୍ତି। ଅଣ କାଶ୍ମୀରୀଙ୍କୁ ଟାର୍ଗେଟ କରି ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଯାହାର ଜବାବରେ ସେନା ସ୍ୱତନ୍ତ୍ର ଅପରେସନ କରି ଆତଙ୍କବାଦୀଙ୍କୁ ଝୋଜି ଖୋଜି ନିପାତ କରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com