ଜାତୀୟରାଜନୀତି

‘ନେହେରୁ ଏବଂ ବାଜପେୟୀଙ୍କ ମୁର୍ଖତା କାରଣରୁ ତିବ୍ବତ ଏବଂ ତାଇଓ୍ଵାନ ଚୀନର ବୋଲି ମାନିବାକୁ ପଡୁଛି’

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ମୁର୍ଖତା ପାଇଁ ଆଜି ତିବ୍ବତ ଏବଂ ତାଇଓ୍ଵାନ ଚୀନର ବୋଲି ଭାରତକୁ ସ୍ଵୀକାର କରିବାକୁ ପଡିଛି। ଏମିତି ବଡ ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ। ସେ କହିଛନ୍ତି ଏହି ଦୁଇ ପ୍ରଧାନମନ୍ତ୍ରୀଙ୍କ ମୁର୍ଖତା କାରଣରୁ ଆମକୁ ଚୀନର ନୀତି ମାନିବାକୁ ପଡୁଛି।

ସୁବ୍ରମଣ୍ୟମ ସ୍ଵାମୀ କହିଛନ୍ତି, ଚୀନ ତ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)କୁ ମଧ୍ୟ ସମ୍ମାନ କରୁନାହିଁ। ଏପରିକି ପୂର୍ବ ଲଦାଖର କିଛି ଅଂଶକୁ କବଜା କରି ସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶାଣିତ ସ୍ଵରରେ ଟାର୍ଗେଟ୍ କରି ସ୍ଵାମୀ କହିଛନ୍ତି, ଯେଉଁଠି ଚୀନ ଲଦାଖର କିଛି ଅଂଶ ହଡପ କରି ସାରିଛି, ସେଠାରେ ଆମର ପ୍ରଧାନମନ୍ତ୍ରୀ କହୁଛନ୍ତି ଏହି ଅଞ୍ଚଳକୁ କେହି ଆସି ନାହାନ୍ତି। ବାସ୍ତବରେ ଏମିତି ବୟାନ ସ୍ତବ୍ଧ କରିଦେବା ପରି ରହିଛି। ସୁବ୍ରମଣ୍ୟମ ସ୍ଵାମୀ ଟୁଇଟ୍ କରି କହିଛନ୍ତି, ଏମିତି ସ୍ଥିତି ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହେରୁ ଏବଂ ଅଟଳ ବିହାରୀ ବାପଜେୟୀ ଦାୟୀ। ଦୁଇ ନେତାଙ୍କ ମୁର୍ଖତା କାରଣରୁ ଆମକୁ ଓ୍ଵାନ ଚାଇନା ପଲିସିକୁ ମାନିବାକୁ ପଡୁଛି। ଉଲ୍ଲେଖୋଗ୍ୟ, ତାଇଓ୍ଵାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିବା ସମୟରେ ସୁବ୍ରମଣ୍ୟମ ସ୍ଵାମୀଙ୍କ ଏମିତି ବୟାନ ସାମ୍ନାକୁ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com