Featuredଜାତୀୟ

ଜେଏନୟୁର ନୂତନ ନିୟମ : ବିଶ୍ୱବିଦ୍ୟାଳୟରେ ବିକ୍ଷୋଭ କଲେ ଜରିମାନା ସହ ଦଣ୍ଡବିଧାନ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ନୂତନ ନିୟମ ଅନୁଯାୟୀ, କ୍ୟାମ୍ପସରେ ଧାରଣ କରିବା ଏବଂ ହିଂସା ପାଇଁ ଛାତ୍ରଛାତ୍ରୀଙ୍କୁ ୨୦,୦୦୦ ଟଙ୍କା ଜରିମାନା କରାଯାଇପାରେ, ସେମାନଙ୍କ ଆଡମିଶନ ବାତିଲ ହୋଇପାରେ କିମ୍ବା ୩୦,୦୦୦ ଟଙ୍କା ଜୋରିମାନା କରାଯାଇପାରେ। ଏଥି ପାଇଁ ଜେଏନୟୁ ଛାତ୍ରମାନଙ୍କ ପାଇଁ ୧୦ପୃଷ୍ଠାର ‘ଅନୁଶାସନ ନିୟମ ଏବଂଉପଯୁକ୍ତ ଆଚରଣ’ ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଦଣ୍ଡବିଧାନ ସ୍ଥିର କରାଯାଇଛି । ଏହା ସହିତ ଶୃଙ୍ଖଳା ଉଲ୍ଲଂଘନ ପାଇଁ ବିରୋଧ ଏବଂ ଜାଲିଆତି ପାଇଁ ଦଣ୍ଡ ସ୍ଥିର କରାଯାଇଛି ।

ଏହି ନିୟମ ଫେବୃଆରୀ ୩ ରେ ଲାଗୁ ହେଇଛି । ବିଶ୍ୱବିଦ୍ୟାଳୟରେ ଏକ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନକୁ ବିରୋଧ କରି ଏଗୁଡିକ କାର୍ଯ୍ୟକାରୀ କରାଯାଇଥିଲା। ନିୟମ ସହ ଜଡିତ ଡକ୍ୟୁମେଣ୍ଟରେ ଏହା କୁହାଯାଇଛି ଯେ ଏହାକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛି। ଏହି ପରିଷଦ ହେଉଛି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା।ତେଣୁ ଏହି ସଂସ୍ଥା ଯାହା ନିଷ୍ପତି ନେଇଛନ୍ତି ତାହା ପାଳନ କରିବାକୁ ସବୁ ଛାତ୍ରଛାତ୍ରୀ ବାଧ୍ୟ । ଜେଏନୟୁ କୁଳପତି ଶାନ୍ତିଶ୍ରୀ ଡି ପଣ୍ଡିତ କିନ୍ତୁ ଏହି ବିଷୟରେ କିଛି ମତ ରଖି ନାହାନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com