ଜାତୀୟରାଜନୀତି

ଅଣ ଗାନ୍ଧୀ  ସଦସ୍ୟ ନେବେ କଂଗ୍ରେସ ନେତୃତ୍ୱଞ୍ଚ , ଚର୍ଚ୍ଚାରେ ଗେହଲଟ୍ , ଚିଦାମ୍ବରମ୍ , ମଲ୍ଲିକାର୍ଜ୍ଜୁନଙ୍କ ନାମ

ଇଚ୍ଛା ଅନିଚ୍ଛା ମଧ୍ୟରେ ୪ ପିଢୀ ନେତୃତ୍ୱ ନେଇ ଆସୁଥିବା କଂଗ୍ରେସ ଦଳ ଏବେ କାହା ହାତରେ ନେତୃତ୍ୱ ଛାଡ଼ିବ ତାକୁ ନେଇ ଏକ ଦୋଦୁଲ୍ୟମାନ ସ୍ଥିତିରେ ପଡ଼ିଛି । ଏକଥା ସତ୍ୟ ଯେ ଗାନ୍ଧୀ ପରିବାର ନେତୃତ୍ୱ ନେଲେ ଦଳ ଆଉ ଆଗକୁ ବଢି ପାରିବ ନାହିଁ କିଛି ବଦ୍ଧମୂଳ ଧାରଣା କରିସାରିଲେଣି । ଗାନ୍ଧୀ ପରିବାରରୁ ସୋନିଆ ଏବଂ ରାହୁଲ ମଧ୍ୟ ଏହାର ବସ୍ତବତାକୁ ହୃଦୟଙ୍ଗମ କରି ନେତୃତ୍ୱ ଛାଡ଼ିବା ନେଇ ମନ ସ୍ଥିର କରିସାରିଲେଣି । ଏଣୁ ତିନି ଦଶନ୍ଧି ପରେ ଅଣ ଗାନ୍ଧୀ ସଦସ୍ୟଙ୍କୁ ସଭାପତି କରିପାରେ କଂଗ୍ରେସ । ସୋନିଆ ଗାନ୍ଧୀ ଅସୁସ୍ଥ ଥିବାରୁ  ଏହି ଦାୟିତ୍ୱରେ ରହିବାକୁ ଚାହୁଁନାହାନ୍ତି । ସେହିପରି ରାହୁଲ ଗାନ୍ଧୀ ଦ୍ୱିତୀୟ ଥର ସଭାପତି ହେବାକୁ ରାଜି ହେଉ ନାହାନ୍ତି । ତେଣୁ ଜଣେ ଅଣ ଗାନ୍ଧୀ ପରିବାରର ସଦସ୍ୟଙ୍କୁ ସଭାପତି କରିବାକୁ ଦଳ ଚିନ୍ତା କରୁଛି । ଏହି ଦୌଡରେ ଦଳର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ବ, ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଚର୍ଚ୍ଚାରେ ରହିଛି । ଯଦିଓ ରାହୁଲ ଗାନ୍ଧୀ ସଭାପତି ହେବାକୁ ମନା କରିଛନ୍ତି । କିନ୍ତୁ କିଛି ନେତା ଏବେବି ରାହୁଲ ଗାନ୍ଧୀଙ୍କୁ ମନାଇବାକୁ  ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଯେଉଁ ୨୩ ଜଣ ବିଦ୍ରୋହୀ ନେତା କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରୁଥିଲେ ସେମାନେ ବି ନିଜ ପସନ୍ଦର ନେତାଙ୍କ ପାଇଁ ଯୁକ୍ତି କରିପାରନ୍ତି ।  ଗତକାଲିଠାରୁ ଆରମ୍ଭ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନ ସେପ୍ଟେମ୍ବର ୨୦ରେ ଶେଷ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com