ଜାତୀୟ

ପ୍ରଫେଟ୍ ମହମ୍ମଦଙ୍କ ଉପରେ ଟିପ୍ପଣୀ ଆମ ପାଇଁ ବଡ ପ୍ରସଙ୍ଗ ନୁହେଁ, ଏହା ଭାରତର ଆଭ୍ୟନ୍ତରୀଣ ମାମଲା: ବାଂଲାଦେଶ

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀରୁ ସୃଷ୍ଟି ବିବାଦ ମଧ୍ୟରେ ବାଂଲାଦେଶରୁ ଆସିଛି ବଡ ଖବର । ବାଲାଂଦେଶର ବରିଷ୍ଠ ମନ୍ତ୍ରୀ ଏହାକୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି । ଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ହସନ ମେହମୁଦଙ୍କ ଏହି ଟିପ୍ପଣୀ ଏମିତି ସମୟରେ ଆସିଛି ଯେତେବେଳେ ସାଉଦି ଆରବ, ଇରାନ ସମେତ ଅନେକ ମୁସଲିମ ଦେଶ ଏହାକୁ ନେଇ ତୀବ୍ର ଅସନ୍ତେଷ ବ୍ୟକ୍ତ କରିଛନ୍ତି । ବାଂଲାଦେଶ ମନ୍ତ୍ରୀ କହିଛନ୍ତି, ଏହା ବାଂଲାଦେଶ ପାଇଁ କୌଣସି ବଡ ପ୍ରସଙ୍ଗ ନୁହେଁ । ଉଲ୍ଲେଖନୀୟ ଢାକାରେ କିଛି ସଂଗଠନ ଏହି ପ୍ରସଙ୍ଗକୁ ନେଇ ଜୁନ ୧୦ରେ ବିରୋଧ ପ୍ରଦର୍ଶନ କରିଥିଲେ ।

ଏହି ମାମଲାରେ ମନ୍ତ୍ରୀ କହିଛନ୍ତି, ଏହା ଆମ ଦେଶର ଆଭ୍ୟନ୍ତରୀଣ ମାମଲା ନୁହେଁ । ଏହା ବାହାରର ମାମଲା । ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଯେବେ ବି ଦୁନିଆରେ କୌଣସି ସ୍ଥାନରେ କିଛି ଘଟେ କିଛି ଇସଲାମିକ ସଂଗଠନ ଏଠାରେ ବିରୋଧ ପ୍ରଦର୍ଶନ କରିଥାନ୍ତି । ବାଂଲାଦେଶରେ ଏହା ସର୍ବଦା ହୋଇ ଆସିଛି । ସେ କହିଛନ୍ତି, ବାଂଲାଦେଶରେ ଏହା ଏତେ ବଡ ପ୍ରସଙ୍ଗ ନୁହେଁ ଯେମିତି ଆରବ ଦେଶ, ପାକିସ୍ତାନ ଏବଂ ମାଲେସିଆରେ ହେଉଛି ।

ସେ କହିଛନ୍ତି, ଆମେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସ୍ୱାଗତ କରୁଛୁ । ପ୍ରଫେଟ ମହମ୍ମଦଙ୍କ ବିରୋଧରେ କରାଯାଇଥିବା ଟିପ୍ପଣୀ ନିନ୍ଦନୀୟ । ମିଡିଆ ସହ ଆଲୋଚନା ବେଳେ ମହମୁଦ କହିଛନ୍ତି, ଏହି ମାମଲାରେ ଭାରତରେ ଏଫଆଇଆର ରୁଜୁ କରାଯାଇଛି । ଆମେ ଆଶା କରୁଛୁ ଯେ, ତାରି ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବାଂଲାଦେଶ ସରକାର ପ୍ରଫେଟ ମହମ୍ମଦଙ୍କ ଉପରେ କରାଯାଇଥିବା ଟିପ୍ପଣୀ ସହ କୌଣସି ପ୍ରକାରର ସାଲିସ୍ କରୁ ନାହାନ୍ତି । ମୁଁ ନିଜେ ଏହାର ନିନ୍ଦା କରୁଛି ଏବଂ ସାର୍ବଜନୀନ ସଭାରେ ଏହା ଉପରେ କଥା ହୋଇଥିବା ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଏହି ପ୍ରସଙ୍ଗରେ ସାଉଦି ଆରବ, କୁଏତ, କାତାର, ବାହାରିନ, ୟୁଏଇ, ମାଲେସିଆ ସମେତ ଅନେକ ମୁସଲିମ ଦେଶ ଆପତ୍ତି ପ୍ରକାଶ କରିଥିଲେ । ଏମିତିରେ ବଡ ପଡୋଶୀ ଦେଶ ହିସାବରେ ବାଂଲାଦେଶ ତରଫରୁ ଏପରି ଟିପ୍ପଣୀ ଆସିବା ଭାରତ ପାଇଁ ଆଶ୍ୱସ୍ତିକର ବିଷୟ । ମହମୁଦ କହିଛନ୍ତି, ବାଂଲାଦେଶରେ ମଧ୍ୟ କିଛି ଅତି କଠୋରପନ୍ଥୀ ମୁସଲିମ ସଂଗଠନ ରହିଛି । ସେମାନଙ୍କ ସଂଖ୍ୟା ବହୁତ କମ ଏବଂ ସେମାନଙ୍କୁ ସମର୍ଥନ ମଧ୍ୟ ମିଳୁନାହିଁ, ମାତ୍ର ଚିତ୍କାର ବହୁତ କରନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com