ଜାତୀୟରାଜନୀତି

ପ୍ରିୟଙ୍କାଙ୍କ ଡରରେ ମୋ ସ୍ୱାମୀ ମୁହଁ ଖୋଲି ପାରୁ ନାହାନ୍ତି: ଅଦିତି ସିଂ

ଲକ୍ଷ୍ନୌ() ନିର୍ବାଚନ ଯେତିକି ପାଖେଇ ଆସୁଛି ପାଣିପାଗ ସେତିକି ଗରମ ହେଉଛି।  ବିଜେପି ନେତ୍ରୀ ତଥା ରାଏବରେଲିର ପୂର୍ବତନ କଂଗ୍ରେସ ବିଧାୟିକା  ଅଦିତି ସିଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିଶାନା କରିଛନ୍ତି। ତାଙ୍କ ସ୍ୱାମୀ ଅଙ୍ଗଦ ସାଇନିଙ୍କୁ ପଞ୍ଜାବ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଟିକେଟ ଦିଆଯାଇ ନଥିବାରୁ ଅଦିତି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏଥିପାଇଁ ସେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିଛନ୍ତି। ଦଳର ଶୀର୍ଷସ୍ତରରୁ ଚାପ ଥିବାରୁ ତାଙ୍କ ସ୍ୱାମୀ ମୁହଁ ଖୋଲି ପାରୁ ନାହାନ୍ତି। ତେଣୁ ସେ ପ୍ରିୟଙ୍କା ଗାନ୍ଧି ବିପକ୍ଷରେ କହିବାକୁ ଭୟ କରୁଛନ୍ତି। ଅଦିତି କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧି ‘ଲଡ଼କୀ ହୁଁ ଲଡ଼ଶକ୍ତି ହୁଁ’ ନାରା ଦେଇଥିଲେ।  ମୁଁ ମଧ୍ୟ ଜଣେ ଝିଅ। ତେଣୁ ମୁଁ ଲଢ଼ିପାରିବି ବୋଲି ଅଦିତି କହିଛନ୍ତି।  ଗତ ଜାନୁଆରୀ ୨୦ରେ ଅଦିତି କଂଗ୍ରେସରୁ ଇସ୍ତଫା ଦେବା ସହ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।

ଆସନ୍ତା ଫେବୃଆରୀ ୧୦ ତାରିଖରେ ୟୁପିରେ ନିର୍ବାଚନ ହେବାକୁ ଯାଉଛି। ତେଣୁ ୟୁପି ରାଜନୀତି ବେଶ କମ୍ପମାନ ସ୍ଥିତିରେ ପହଞ୍ଚିଛି। ପ୍ରଚାର ମଇଦାଦ ସରଗରମ ଥିବା ବେଳେ ଦଳ ଡିଆଁ ମଧ୍ୟ ତୀବ୍ର ବେଗରେ ପହଞ୍ଚିଛି। ସେହିପରି ଟିକେଟ ବଣ୍ଟନକୁ ନେଇ ବିଭିନ୍ନ ଦଳରେ ବିବାଦ ଦେଖିବାକୁ ମିଳୁଛି। ଆଶାୟୀଙ୍କ ଲମ୍ବା ଲାଇନ  ଲାଗୁଛି। କାହାକୁ ସୁଯୋଗ ମିଳୁଛି। ପୁଣି କାହାର ଟିକେଟ କଟୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com