ଅନ୍ତର୍ଜାତୀୟଜାତୀୟ

ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ଖୋଳ ଉପରେ ଲିଖିତ ସତର୍କ ସୂଚନା ଦେବ କାନାଡ଼ା; ପ୍ରଭାବ ହରାଇଲାଣି ତିତ୍ର ସଚେତନତା

ଓଟ୍ଟାୱା: ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ଖୋଳ ଉପରେ ଲିଖିତ ସତର୍କ ସୂଚନା ଜାରି କରିବ କାନାଡ଼ା। ବର୍ତ୍ତମାନ ସିଗାରେଟ୍ ଖୋଳ ଉପରେ ଫଟୋ ଚିତ୍ର ଦ୍ୱାରା ସତର୍କ ସୂଚନା ଦିଆଯାଉଛି। ହେଲେ ଏହା ଲୋକଙ୍କ ଉପରେ ଆଉ ପ୍ରଭାବ ପକାଉ ନାହିଁ। ଆମେରିକା ଗଣମାଧ୍ୟମ ଦି ଗାର୍ଡିଆନ୍‌ରେ ଏଭଳି ରିପୋର୍ଟ ପ୍ରକାଶ କରିଥିଲା। ଏହାପରେ କାନାଡ଼ା ସରକାର ଲିଖିତ ସତର୍କ ସୂଚନା ଦେବାକୁ ସ୍ଥିର କରିଛନ୍ତି।

ତମାଖୁରେ ଚିତ୍ର ସାହାଯ୍ୟରେ ସତର୍କ ସୂଚନା ଦେବାର କାନାଡ଼ା ନୂଆ ନୂଆ କୌଶଳର ପ୍ରୟୋଗ କରୁଥିଲା। ପ୍ରାୟ ଦୁଇ ଦଶନ୍ଧି ଏପରି କରିବା ପରେ ଏବେ ଲିଖିତ ସତର୍କ ସୂଚନା ଦେବ। ଏନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କାନାଡ଼ା ମାନସିକ ସ୍ୱାସ୍ଥ୍ୟ ଓ ଆଡିକ୍ସନ ମନ୍ତ୍ରୀ କେରୋଲୀନ ବେନେଟ୍ ସୂଚନା ଦେଇଛନ୍ତି।

ସେ କହିଛନ୍ତି ” ଆମେ ଭାବିବା ଦରକାର ଯେ ଏଭଳି ମେସେଜ୍(ଚିତ୍ର ମାଧ୍ୟମରେ ସତର୍କ ସୂଚନା) ତାର ନୂତନତ୍ୱ ହରାଇଲାଣି ଓ ଧୀରେ ଧୀରେ ଏହାର ଆକାର ଛୋଟ ହେଲାଣି। ତେଣୁ ଚିନ୍ତାର ବିଷୟ ହେଲା ଏହା ଲୋକଙ୍କ ଉପରେ ପ୍ରଭାବ ପକାଇ ନପାରେ।”

ଲିଖିତ ସତର୍କ  ସୂଚନା ବିଷୟରେ ସେ କହିଛନ୍ତି ” ନିର୍ଦ୍ଦିଷ୍ଟ ତମାଖୁ ଉତ୍ପାଦନ ଉପରେ ଲିଖିତ ସତର୍କ ସୂଚନା ଦେଲେ ଏହା ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି ଜଣାପଡ଼ିବ। ବିଶେଷ କରି ବିଭିନ୍ନ ସାମାଜିକ ପରିସ୍ଥିତିରେ ଏକାଧିକ ଥର ସିଗାରେଟ ଟାଣୁଥିବା ଯୁବକମାନଙ୍କ ଠାରେ ମେସେଜ୍ ପହଞ୍ଚିବ। ଯେଉଁମାନେ ଅନେକ ସମୟରେ ଫଟୋ ସୂଚନାକୁ ଏଡ଼ାଇ ଦିଅନ୍ତି।”

ପ୍ରସ୍ତାବିତ ଯୋଜନା ଉପରେ ଶନିବାର ଠାରୁ ପରାମର୍ଶ ଲୋଡ଼ାଯିବ ଓ ୨୦୨୩ ଅଧା ସୁଧା ଏହା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନର ମେସେଜ୍‌ରେ ପରିବର୍ତ୍ତନ କରାଯିବ। ନୂଆ ପ୍ରସ୍ତାବ ଅନୁସାରେ ‘ପ୍ରତ୍ୟେକ ସୋଟାରେ ବିଷ(Poison in every puff)।’

Related Articles

Back to top button
WP Twitter Auto Publish Powered By : XYZScripts.com