Featuredଜାତୀୟ

ଏୟାର ଇଣ୍ଡିଆ ଉପର ୩୦ ଲକ୍ଷ ଟଙ୍କାର ଜରିମାନା ଲଗେଇଲା ଡିଜିସିଏ, ପାଇଲଟ୍-ଇନ୍-କମାଣ୍ଡର ଲାଇସେନ୍ସ ୩ ମାସ ସ୍ଥଗିତ

ଭୁବନେଶ୍ୱର: ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିବା ପାଇଁ ଡିଜିସିଏ ଏୟାର ଇଣ୍ଡିଆ କମ୍ପାନୀ ଉପରେ ଜୋରିମାନା ଲଗାଇଛି। ଏକ ବିଜ୍ଞପ୍ତିରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ଚାରିମାସ ପାଇଁ ବାରଣ କରିବାକୁ ଏୟାର ଇଣ୍ଡିଆର ନିଷ୍ପତ୍ତି ଉପରେ ଡିଜିସିଏ ମତଭେଦ ପ୍ରକାଶ କରିଛି।

ନିୟମ ଉଲ୍ଲଂଘନ କରି ଡିଜି ଇଣ୍ଡିଆ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି। ଏଥିସହ ତାଙ୍କ କର୍ତ୍ତବ୍ୟ ପାଳନ ନକରିବାରୁ ବିମାନର ପାଇଲଟ୍-ଇନ୍-କମାଣ୍ଡର ଲାଇସେନ୍ସକୁ ୩ ମାସ ପାଇଁ ସ୍ଥଗିତ ରଖାଯାଇଛି। ଏଥିସହ ଏୟାର ଇଣ୍ଡିଆର ନିର୍ଦ୍ଦେଶକ-ବିମାନ ସେବା ଉପରେ ୩ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯାଇଛି।

ଅଭିଯୁକ୍ତ ଶଙ୍କର ମିଶ୍ର ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନରେ ଜଣେ ବୟସ୍କ ମହିଳାଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଥିଲା । ମହିଳା ଉଡ଼ାଣ କର୍ମଚାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ଏହା ପରେ ମଧ୍ୟ ଅଭିଯୁକ୍ତକୁ ସହଜରେ ଛାଡି ଦିଆଯାଇଥିଲା। ମହିଳା ଜଣକ ଏୟାର ଇଣ୍ଡିଆର ମାଲିକାନା ଥିବା ଟାଟା ସନ୍ସର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଅଭିଯୁକ୍ତକୁ ବେଙ୍ଗାଲୁରୁରୁ ଗିରଫ କରିଥିଲା।

ଏନେଇ ଏୟାର ଇଣ୍ଡିଆ ଏକ ତଦନ୍ତ କମିଟି ଗଠନ କରିଥିଲା ​​ଯେଉଁଥିରେ ଶଙ୍କର ମିଶ୍ରଙ୍କୁ ଚାରି ମାସ ବିମାନରେ ଉଡ଼ାଣ ଉପରେ ବାରଣ କରାଯାଇଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com