ଜାତୀୟ

ଟ୍ୱିଟରରେ ବ୍ଲୁ ଟିକ୍ ପାଇଁ ହାଇକୋର୍ଟ ପହଞ୍ଚିଲେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ, ଜରିମାନା ସହ ଯାଚିକା ଖାରଜ କଲେ ବିଚାରପତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ସିବିଆଇର ପୂର୍ବତନ ନିର୍ଦ୍ଦେଶକ ତଥା ପୂର୍ବତନ ଆଇପିଏସ ଅଧିକାରୀ ଏମ ନାଗେଶ୍ୱର ରାଓଙ୍କ ଦାଚିକାକୁ ଖାରଜ କରିଦେଇଛନ୍ତି। ନିଜ ଯାଚିକାରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ନିଜର ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ପୁନଃ ଯୋଡିବା ପାଇଁ ଦାବି କରିଥିଲେ। ଦିଲ୍ଲୀ ହାଇକୋର୍ଟ ଯାଚିକାକୁ ଖାରଜ କରିବା ସହ ୧୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି।

ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ୟଶୱନ୍ତ ବର୍ମା କହିଛନ୍ତି, ‘ଆବେଦନକାରୀ ଏମ ନାଗେଶ୍ବରଙ୍କୁ ଗତ ସପ୍ତାହରେ ଟ୍ୱିଟର ସହ ଆଲୋଚନା କରି ନିଜର ସମସ୍ୟାର ସମାଧାନ କରିବା ପାଇଁ କହିଥିଲ, ଏହା ସତ୍ତ୍ୱେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି’ । ଏହା ପୂର୍ବରୁ ନାଗେଶ୍ୱର ରାଓଙ୍କ ଏହି ଆବେଦନରେ ହସ୍ତକ୍ଷେପ କରିବାକୁ ଏପ୍ରିଲ ୧୭ରେ ମନା କରି ଦେଇଥିଲେ ଜଷ୍ଟିସ ବର୍ମା।

ଉଲ୍ଲେଖଯୋଗ୍ୟ ନାଗରେଶ୍ୱର ରାଓ ଏପ୍ରିଲ ୭ରେ ଟ୍ୱିଟରରେ ବ୍ଲୁକ୍ ଟିକ୍ ପାଇଁ ପୁଣି ଥରେ ଆବେଦନ କରିଥିଲେ। ରାଓଙ୍କ ଓକିଲ ମଙ୍ଗଳବାର କୋର୍ଟଙ୍କୁ ସୂଚନା ଦେଇ କହିଥିଲେ, ଟ୍ୱିଟର ସହ ଶେଷ ଥର ପାଇଁ ଏପ୍ରିଲ ୧୮ରେ ସମ୍ୱାଦ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ବ୍ଲୁ ଟିକ୍ ରିଷ୍ଟୋର ହୋଇପାରି ନାହିଁ। ଏବଂ ଏହି ମାମଲାକୁ ପୁଣି ଥରେ ସୂଚୀବଦ୍ଧ କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହି ଅନୁରୋଧକୁ ଅସ୍ୱୀକାର କରିଥିଲେ ଏବଂ ଜରିମାନା ସହ ଖାରଜ କରିଛନ୍ତି।

ତେବେ ଟ୍ୱିଟରରେ ବ୍ଲୁ ଟିକ ରିଷ୍ଟୋର କରିବା ପାଇଁ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନିକଟରେ ମଧ୍ୟ ନିବେଦନ କରିଛନ୍ତି ପୂର୍ବତନ ସିବିଆଇ ନିର୍ଦ୍ଦେଶକ ନାରଗେଶ୍ୱର ରାଓ।

Related Articles

Back to top button
WP Twitter Auto Publish Powered By : XYZScripts.com