ଜାତୀୟମନୋରଞ୍ଜନ

ରଣବୀରଙ୍କ ପରେ କରିସ୍ମା କପୁରଙ୍କର ହେବ ବିବାହ ! ରହସ୍ୟ ଖୋଲିଦେଲା ଇନଷ୍ଟାଗ୍ରାମ୍ ଫଟୋ

ମୁମ୍ବାଇ() ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି । ବିବାହର ଫଟୋ ଧିରେ ଧିରେ ସାମ୍ନାକୁ ଆସୁଛି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି  । ଏହି ସମୟରେ ଅଭିନେତ୍ରୀ କରିସ୍ମା କପୁର ତାଙ୍କ ସମ୍ପର୍କୀୟ ଭାଇ ରଣବୀର କପୁରଙ୍କ ବିବାହର କିଛି ଫଟୋ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଫଟୋ ସାମ୍ନାକୁ ଆସିବା ପରେ କରିସ୍ମା କପୁରଙ୍କ ବିବାହକୁ ନେଇ ଆଲୋଚନା ହେବାକୁ ଲାଗିଲାଣି ।

ଆଲିଆ ଭଟ୍ଟ-ରଣବୀର କପୁରଙ୍କ ବିବାହ ବେଳେ ଅଭିନେତ୍ରୀ କରିସ୍ମା କପୁର ବେଶ୍ ଉତ୍ସାହିତ ଥିଲେ । ଯେତେବେଳେ ଆଲିଆଙ୍କ କାଲିରା ତାଙ୍କ ଉପରେ ପଡିଥିଲା ସେତେବେଳେ ସମସ୍ତଙ୍କ ନଜରରେ କରିସ୍ମା ଥିଲେ । ଫ୍ୟାନ୍ସଙ୍କ ସହ ଏହି ସମୟର ଫଟୋ ମଧ୍ୟ କରିସ୍ମା କପୁରଙ୍କ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ବେଶ୍ ପସନ୍ଦ କରିଛନ୍ତି । ଏହି ଫଟୋରେ କରିସ୍ମା ଆଲିଆଙ୍କ କାଲିରା ହାତରେ ଧରିଥିବା ଦେଖିବାକୁ ମିଳିଛି ।

କରିସ୍ମା ତାଙ୍କ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଲେଖିଛନ୍ତି, “ଇନଷ୍ଟାଗ୍ରାମ vs ରିୟଲିଟି। କାଲିରା ମୋ ଉପରେ ପଡିଲା!” ପ୍ରଥମ ଫଟୋରେ, କରିସ୍ମା ତାଙ୍କ ଉପରେ ପଡିଥିବା କାଲିରାଙ୍କୁ କ୍ୟାମେରାରେ ଦେଖାଉଛନ୍ତି । ଅନ୍ୟ ଫଟୋରେ ସମସ୍ତ ମଜାମସ୍ତି ମୁଡ୍‌ରେ ଅଛନ୍ତି । କରିସ୍ମାଙ୍କୁ ଧରିବା ପରେ କରିସ୍ମା ହସୁଥିବା ଦେଖିବାକୁ ମିଳିଛି । ତାଙ୍କ ଚାରିପଟେ ଘେରି ରହିଥିବା ଅନ୍ୟମାନେ ମଧ୍ୟ ଉତ୍ସାହିତ ଅଛନ୍ତି । ଏହି ଫଟୋରେ ରଣବୀରଙ୍କ ଭଉଣୀ ରିଦ୍ଧିମା କପୁର ସାହାନୀ, ଚଳଚ୍ଚିତ୍ର ନିର୍ମାତା କରନ ଜୋହର ଏବଂ ଆଲିଆଙ୍କ ସାଙ୍ଗମାନେ ଅଛନ୍ତି ।

ପଞ୍ଜାବୀ ବିବାହ ରୀତିନୀତିରେ କନ୍ୟା ଚୁଡା ସହ କାଲିରା ପିନ୍ଧନ୍ତି । ପରେ ସେ ତାଙ୍କ ଭଉଣୀ ଏବଂ ସାଙ୍ଗମାନଙ୍କ ମୁଣ୍ଡରେ ହାତ ହଲାନ୍ତି । ଏହି ସମୟରେ ଯଦି କାଲିରା କାହା ଉପରେ ପଡେ ତେବେ ଏହା ଏକ ସଙ୍କେତ ବୋଲି କୁହାଯାଏ । କାଲିରା ଯାହା ଉପରେ ପଡେ ସେ ଖୁବ୍ ଶୀଘ୍ର ବିବାହ କରନ୍ତି । ଏହି ପରିପ୍ରେକ୍ଷୀରେ ଶୀଘ୍ର କରିସ୍ମାଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com