ଓଡ଼ିଶା

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ

ପାଟଣା() କେନ୍ଦୁଝର ଜିଲ୍ଲା ପାଟଣାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ କି ଏହି  ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏନ୍,ଏଚ୍ – ୨୨୦ ଡିଆନାଳି ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୩ ଜଣଙ୍କ ଜୀବନ ଚାଲି ଯାଇଛି । ମୃତକ ମାନେ ହେଲେ ତ୍ରିଲୋଚନ ମହାନ୍ତ,ରମାକାନ୍ତ ନାଏକ ଓ ସୁନିଲ ଦାସ । ଗୁରୁତର ଅବସ୍ଥାରେ କମଳାକାନ୍ତ ମହାନ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com