Featuredଜାତୀୟଶିକ୍ଷା

ଆସନ୍ତା ଶିକ୍ଷାବର୍ଷରୁ ନୂଆ ନିୟମ ଲାଗୁ କରିବ UGC!

ନୂଆଦିଲ୍ଲୀ: ଖୁବଶୀଘ୍ର ଜାରି ହେବ ନିଟ, ଜେଇଇ ମେନ୍ ଓ ସିୟୁଇଟି ୨୦୨୩ର ଶିଡ୍ୟୁଲ । ତେବେ ଆସନ୍ତା ଶିକ୍ଷାବର୍ଷଠାରୁ ଏହି ତିନି ପ୍ରବେଶିକା ପରୀକ୍ଷା ପାଇଁ ଏକ କମନ୍ ଏଗଜାମ କ୍ୟାଲେଣ୍ଡର ଜାରି ହୋଇପାରେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଏହି ପଦକ୍ଷେପ ଫଳରେ ପାଖାପାଖି ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଫାଇଦା ମିଳିପାରେ । ପ୍ରତ୍ୟେକ ବର୍ଷ ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ପାଖାପାଖି ୮ ଲକ୍ଷ, ରାଷ୍ଟ୍ରୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷାରେ ୧୮ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥାନ୍ତି । ଚଳିତ ବର୍ଷ ଆରମ୍ଭ ହୋଇଥିବା କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷାରେ ପାଖାପାଖି ୧୫ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ତେବେ ଆସନ୍ତା ଶିକ୍ଷାବର୍ଷରେ ପାଖାପାଖି ୪୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ହଲରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com