Breaking NewsFeaturedଜାତୀୟଭାଇରାଲ୍ ଭିଡିଓ

ଯୁବତୀଙ୍କ ଉଦ୍ଦଣ୍ଡ ନୃତ୍ୟ ଦେଖି ଯାତ୍ରୀ ହେଲେ ଖପ୍ପା… କହିଲେ ଏଭଳି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଭାଇରାଲ ହେଲା ଦିଲ୍ଲୀ ମେଟ୍ରୋ ଭିତରେ ଜଣେ ଯୁବତୀ ନାଚୁଥିବାର ଭିଡିଓ । ଗତ କିଛି ଦିନର ତଳେ ଦିଲ୍ଲୀ ମେଟ୍ରୋ ଭିତରେ ପ୍ରେମୀ ଯୁଗଳ ଅଶ୍ଲୀଳ କାର୍ଯ୍ୟକଳାପ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ଦେଖି ବିଭିନ୍ନ ମହଲରେ ନିନ୍ଦା ପରେ ଆକ୍ସନ ନେଇଥିଲା ଦିଲ୍ଲୀ ପୁଲିସ । ମେଟ୍ରୋ ଭିତରେ ଅଶ୍ଲୀଳ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଥିଲା । ଏହା ସହ ଷ୍ଟେସନ ଓ ମେଟ୍ରୋ କୋଚରେ କଡା ଚେକିଂ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏବେ ପୁଣି ଦିଲ୍ଲୀ ମେଟ୍ରୋ ଭିତରର ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ଯୁବତୀ ଦିଲ୍ଲୀ ମେଟ୍ରୋର ଜନଗହଳିପୂର୍ଣ୍ଣ କୋଚ ଭିତରେ ନାଚୁଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓରେ ବାପି ଲାହେରିଙ୍କ ଲୋକପ୍ରିୟ ଗୀତ ଆସଲାମ-ଇ-ଇଶ୍କ ୟାରା ଗୀତରେ ଯୁବତୀ ଜଣକ ନାଚୁଥିବାର ନଜର ଆସିଛନ୍ତି । ସେ ନାଚୁଥିବା ସମୟରେ ଅନ୍ୟ ଯାତ୍ରୀମାନେ ତାଙ୍କୁ ଚାହିଁ ରହିଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପୁଣି ଦିଲ୍ଲୀ ମେଟ୍ରୋ ଚର୍ଚ୍ଚାର ପରିସରକୁ ଆସିଛି । ଯାହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଛି । ସେହିପରି ଏହି ଭିଡିଓ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ପ୍ରାକାଶ ପାଇଛି । କିଛି ଲୋକ ଯୁବତୀଙ୍କର ଆତ୍ମବିଶ୍ୱାସକୁ ପ୍ରଶଂସା କରି ଥିବାବେଳେ ଏହାକୁ ସାଧାରଣ ଯାତ୍ରା ସମୟର ମନୋରଞ୍ଜନ ଉତ୍ସ ବୋଲି କହିଛନ୍ତି । ସେହିପରି କିଛି ଲୋକ ଯୁବତୀଙ୍କ ଏଭଳି କାର୍ଯ୍ୟକଳାପକୁ ସମାଲୋଚନା କରି ଯୁକ୍ତି ବାଢିଛନ୍ତି ଯେ ଏହା ଅନ୍ୟ ଯାତ୍ରୀଙ୍କ ଶାନ୍ତି ଭଙ୍ଗ କରୁଛି । କିଛି ସୋସିଆଲ ମିଡିଆ ୟୁଜର୍ସ ଏହି ଘଟଣାକୁ ଦିଲ୍ଲୀ ମେଟ୍ରୋ ରେଳ ନିଗମର ଅଫିସିଆଲ ଇନଷ୍ଟାଗ୍ରାମ ଆଇଡି କୁ ଟ୍ୟାଗ କରି ଯୁବତୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛମନ୍ତି । ସେହିପରି ଜଣେ ୟୁଜର୍ସ ଲେଖିଛନ୍ତି କିଛି ଭଲ ଚେଷ୍ଟା କର, କିନ୍ତୁ ଦୟାକରି ଏହାକୁ ପୁନର୍ବାର ଚେଷ୍ଟା କରନାହିଁ ।

ସବୁବେଳେ ଚର୍ଚ୍ଚାରେ ରହିଥାଏ ଦିଲ୍ଲୀ ମେଟ୍ରୋ । ଅନେକ ସମୟରେ ଦିଲ୍ଲା ମେଟ୍ରୋ ଭିତରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । କେତେବେଳେ କଳି ଝଗଡା ତ ଆଉ କେତେବେଳେ ଯାତ୍ରୀଙ୍କ ମଧ୍ୟରେ ମାଡପିଟ, ଅଶ୍ଲୀଳ ପୋଷାକ ପିନ୍ଧି ବୁଲିବା ଠୁ ଅରମ୍ଭ କରି ଏମିତି ଅନେକ ଆପତ୍ତି ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଯାହାକୁ ଦେଖି ଯାତ୍ରୀମାନେ ମଧ୍ୟ ନିଜର କ୍ଷୋଭ ପ୍ରକାଶ କରିଥାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରା ହେବା ପରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com