Breaking NewsFeaturedଜାତୀୟଶିକ୍ଷା

ମାଟ୍ରିକରେ ପୁଅ ୩୫ ପ୍ରତିଶତ ମାର୍କ ରଖିବାରୁ ଖୁସିରେ ମିଠା ବାଣ୍ଟିଲେ ପରିବାର ଲୋକେ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପିଲାଙ୍କ ଭବିଷ୍ୟତକୁ ନେଇ ସବୁବେଳେ ତତ୍ପର ହୋଇଥାନ୍ତି ଅଭିଭାବକ । ପିଲା ଭଲ ପାଠ ପଢନ୍ତୁ ଆଉ ଭଳ ଚାକିରି କରନ୍ତୁ । ଏହି ସମୟରେ ପିଲା ତଥା ଅଭିଭାବକଙ୍କ ପାଇଁ ମାଟ୍ରିକ ପରୀକ୍ଷା ବହୁ ଗୁରୁତ୍ୱ ବହନ କରିଥାଏ । ମାଟ୍ରିକ ଗୋଟିଏ ପିଲାର ଭବିଷ୍ୟତର ମୂଳଦୁଆ କହିଲେ ମଧ୍ୟ ଭୁଲ ହେବ ନାର୍ହି । ଏଥିପାଇଁ ଉଭୟ ପିଲା ଏବଂ ପିତାମାତା ମାଟ୍ରିକ ପରୀକ୍ଷ଼ାକୁ ନେଇ ବହୁ ଚିନ୍ତାରେ ଥାନ୍ତି । ପିଲା କେମିତି ମାଟ୍ରିକରେ ଭଲ ନମ୍ବର ରଖି ପାସ୍ କରିବ ତାହା ସବୁଠାରୁ ବଡ଼ ଚିନ୍ତା ।

ନିକଟରେ ମାଟ୍ରିକ ଫଳାଫଳ ବାହରିବା ସମୟରେ ବିଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ବହୁ ଭଲ ନମ୍ବର ରଖି ପାସ୍ କରିଥିବା ପିଲାମନେ ଖୁସି ମନାଉ ଥିବା ବେଳେ ସେମାନଙ୍କ ପିତାମାତା ଏହାକୁ ସେଲିବ୍ରେଟ୍ ମଧ୍ୟ କରୁଥିଲେ । ଅନ୍ୟପଟେ କମ୍ ମାର୍କ ରଖିଥିବା ପିଲାମାନଙ୍କ ସହ ସେମାନଙ୍କ ପିତାମାତା ମଧ୍ୟ ଦୁଃଖ ପ୍ରକାଶ କରୁଥିଲେ । ଏଭଳି ଖବର ମଧ୍ୟ ଆସିଥିଲା ଯେ ପରୀକ୍ଷାରେ କମ୍ ମାର୍କ ପାଇଁ ପିଲା ଜୀବନ ମଧ୍ୟ ହାରିଛନ୍ତି । କିନ୍ତୁ ଏହି ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ସତ କିନ୍ତୁ ଏହା ମଧ୍ୟ ପ୍ରତ୍ୟେକ ଅଭିଭାବକ ଏବଂ ପିଲାଙ୍କୁ ଏକ ଶିକ୍ଷା ଦେବ । ମୁମ୍ବାଇ ଠାଣେରେ ରହୁଥିବା ଜଣେ ଦଶମ ଶ୍ରେଣୀର ଛାତ୍ର ମାଟ୍ରିକରେ ମାତ୍ର ୩୫ ପ୍ରତିଶତ ନମ୍ବର ରଖିଥିଲେ । ଏହା ଜାଣିବା ପରେ ତାଙ୍କ ପିତାମାତା ଖୁବ୍ ଖୁସି ହୋଇ ମିଠା ବାଣ୍ଟିବା ସହ ସେଲିବ୍ରେଟ୍ କରିଥିଲେ । ଏହା ଶୁଣିବା ପରେ ଆପଣ ବୋଧହଏ ଭାବୁଥିବେ ଆମେ କିଛି ଭୁଲ୍ କହୁଛୁ କିନ୍ତୁ ନା ଘଟଣା ସତ । କାରଣ ବିଶାଲଙ୍କ ବାପା ଜଣେ ଅଟୋଚାଳକ । ଆଉ ତାଙ୍କର ସ୍ୱପ୍ନ ଥିଲା କି ବିଶାଲ କେମିତି ପାସ୍ କରିଯାଉ । ଶେଷରେ ବିଶାଲ ପାସ୍ କରିଗଲା । ସେମାନେ ତାକୁ ଗାଳି ନକରି ମିଠା ବାଣ୍ଟିଥିଲେ ଆଉ ଖୁସି ମନାଇଥିଲେ । ଯାହା ପିଲାର ମନୋବଳକୁ ଦୃଢ କରିବା ସହ ଆଗକୁ ଭଲ କରିବାକୁ ପ୍ରେରଣା ଦେବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com