Breaking NewsFeaturedବିଜ୍ଞାନ ଓ ପ୍ରଯୁକ୍ତି

ଚତୁର୍ଥ କକ୍ଷପଥ ବଦଳାଇଲଲା ଆଦିତ୍ୟ ଏଲ-୧

ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ମହାକାଶକୁ ପଠାଯଇଥିବା ଆଦିତ୍ୟ ଏଲ-୧ ସଫଳତାର ସହ ପୃଥିବୀର ଚତୁର୍ଥ କକ୍ଷପଥ ଅତିକ୍ରମ କରିଛି । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।ରାତି ୨ଟା ୧୫ ମିନିଟରେ କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ ଏଲ ୧ । ବର୍ତ୍ତମାନ ଆଦିତ୍ୟ ଏଲ-୧ ପଞ୍ଚମ କକ୍ଷପଥରେ ଘୁରି ବୁଲୁଛି । ଆସନ୍ତା ୧୯ ତାରିଖ ରାତି ୨ଟାରେ ପଞ୍ଚମ ତଥା ଶେଷ କକ୍ଷପଥ ପରିବର୍ତ୍ତନ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଆଦିତ୍ୟ ଏଲ-୧ ପୃଥିବୀଠାରୁ ସବୁଠୁ କମ ୨୫୬ କିଲୋମିଟର ଓ ସବୁଠୁ ଅଧିକ ୧ ଲକ୍ଷ ୨୧ହଜାର ୯୭୩ କିଲୋମିଟର ଦୂରରେ ବୁଲୁଛି । ସେହିପରି ପୂର୍ବରୁ ସେପ୍ଟେମ୍ବର ୩ରେ ପ୍ରଥମ, ୫ରେ ଦ୍ୱିତୀୟ ଓ ୧୦ ତାରିଖରେ ତୃତୀୟ କକ୍ଷପଥ ପରିବର୍ତ୍ତନ କରିଥିଲା ଆଦିତ୍ୟ ଏଲ -୧ ।

ସୂର୍ଯ୍ୟ ଅଧ୍ୟୟନ ପାଇଁ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ-୧ ହେଉଛି ଭାରତର ପ୍ରଥମ ମହାକାଶ ପର୍ଯ୍ୟବେକ୍ଷଣକାରୀ । ସୂର୍ୟ୍ୟ ଏବଂ ପୃଥିବୀ ମଧ୍ୟରେ ପାଞ୍ଚଟି ଲାଗ୍ରେଞ୍ଜ ପଏଣ୍ଟ ଅଛି ।ଲାଗ୍ରେଞ୍ଜ ପଏଣ୍ଟ ହେଉଛି ସେହି ସ୍ଥାନ ଯେଉଁଠାରୁ ସୂର୍ୟ୍ୟଙ୍କୁ ବିନା କୌଣସି ଗ୍ରହଣ କିମ୍ବା ବାଧାରେ ଦେଖିହେବ । ଆଦିତ୍ୟ ଖ-୧ ମହାକାଶଯାନ ଲାଗ୍ରେଞ୍ଜ ପଏଣ୍ଟ ୧ କୁ ପଠାଯାଉଛି । ପୃଥିବୀରୁ ଲାଗ୍ରେଞ୍ଜ ପଏଣ୍ଟ ୧ ର ଦୂରତା ୧୫ ଲକ୍ଷ କିଲୋମିଟର ହୋଇଥିବାବେଳେ ସୂର୍ୟ୍ୟଙ୍କଠାରୁ ପୃଥିବୀର ଦୂରତା ୧୫ କୋଟି କିଲୋମିଟର ଅଟେ ।

ଏନେଇ ଇସ୍ରୋ ଟୁଇଟ୍ କରି କହିଛି, ‘ଚତୁର୍ଥ ‘ଅର୍ଥ ବାଉଣ୍ଡ ମନ୍ୟୁବର୍’’ ସଫଳ ହୋଇଛି । ଏହି ଉପଗ୍ରହକୁ ଇସ୍ରୋର ମରିସସ୍, ବେଙ୍ଗାଲୁରୁ, ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟର ଏବଂ ପୋର୍ଟ ବ୍ଲେୟାରର ଗ୍ରାଉଣ୍ଡ ଷ୍ଟେସନ୍ ମାଧ୍ୟମରେ ଟ୍ରାକ କରାଯାଇଥିଲା । ଆଦିତ୍ୟ ଏଲ-୧ ପାଇଁ, ଫିଜି ଦ୍ଵୀପରେ ପରିବହନ ଯୋଗ୍ୟ ଟର୍ମିନାଲ୍ ମହାକାଶଯାନକୁ ପୋଡାଜଳା କାର୍ୟ୍ୟରେ ସାହାଯ୍ୟ କରିବ । ଇସ୍ରୋର ମହାକାଶଯାନ ୧୬ ଦିନ ପୃଥିବୀ ଚାରିପଟେ ବୁଲିବାକୁ ଯାଉଛି । ଏହି ମନ୍ୟୁବର୍ ସମୟରେ, ପରବର୍ତ୍ତୀ ଯାତ୍ରା ପାଇଁ ଆବଶ୍ୟକ ଗତି ହାସଲ ହେବ । ପଞ୍ଚମ ‘ଅର୍ଥ ବାଉଣ୍ଡ ମନ୍ୟୁବର୍’ ର ସଫଳ ସମାପ୍ତି ପରେ ଆଦିତ୍ୟ ଖ-୧ ଏହାର ୧୧୦ ଦିନିଆ ଯାତ୍ରା ପାଇଁ ଲାଗ୍ରେଞ୍ଜ ପଏଣ୍ଟକୁ ଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com