Featuredଓଡ଼ିଶାଜାତୀୟରାଜନୀତି

କେନ୍ଦ୍ରୀୟ ଯୋଜନାର ନାଁ ପରିବର୍ତ୍ତନ କରିଲେ ବନ୍ଦ ହେବ ପାଣ୍ଠି

କେନ୍ଦ୍ର ସରକାରଙ୍କ ତରଫରୁ ପରିଚାଳିତ କେନ୍ଦ୍ରୀୟ ଯୋଜନାକୁ କିଛି ରାଜ୍ୟ ନାମ ପରିବର୍ତ୍ତନ କରି ରାଜ୍ୟରେ ଲାଗୁ କରୁଛନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଭଳି କିଛି ରାଜ୍ୟ ଯୋଜନାଗୁଡ଼ିକର ଗାଇଡଲାଇନ୍ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ୱେଲନେସ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କିଛି ରାଜ୍ୟ ନିଜ ନାମରେ ବ୍ରାଣ୍ଡିଂ କରୁଥିବା କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ଏହି ମାମଲାରେ କେନ୍ଦ୍ର ସରକାର ଏଥିରୁ ନିବୃତ୍ତ ରହିବାକୁ ସଂପୃକ୍ତ ରାଜ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି । ଏଣିକି ଯଦି କୌଣସି ରାଜ୍ୟ କେନ୍ଦ୍ର ପ୍ରାୟୋଜିତ ଯୋଜନାର ନାମ ଓ ମାର୍ଗଦର୍ଶିକା ପରିବର୍ତ୍ତନ କରନ୍ତି ତେବେ ଉକ୍ତ ରାଜ୍ୟକୁ ପାଣ୍ଠି ବନ୍ଦ କରିଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com