Breaking NewsFeaturedଓଡ଼ିଶା

ଅକ୍ଟୋବରରେ ପୁଣି ବାତ୍ୟା ଭୟ । ପ୍ରାକ୍ ପ୍ରସ୍ତୁତି ନେଇ ଲୋକସେବା ଭବନରେ ବସିଲା ବୈଠକ ।

ଆଗକୁ ଆସୁଛି କି ବାତ୍ୟା । କାରଣ ଅକ୍ଟୋବରରେ ଓଡିଶାକୁ ଥାଏ ବାତ୍ୟା ଭୟ । ମୌସୁମୀ ବର୍ଷା ପରେ ଦଶହରା ସମୟରେ ବାତ୍ୟା ଆସିବାର ମଧ୍ୟ ପୂର୍ବରୁ ଅନେକ ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ସେ ଦିଗରେ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କିପରି କରାଯିବ ସମ୍ଭାବ୍ୟ ବାତ୍ୟାର ମୁକାବିଲା, ସେନେଇ ନିଆଯାଉଛି ପଦକ୍ଷେପ । ଏନେଇ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ।

ଯାହାର ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଏହି ଉଚ୍ଚସ୍ତରୀୟ ବୈଠକରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ସତର୍କ ଓ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦେଇଚନ୍ତି ଏସଆରସି । ସବୁଥର ପରି ଜିରୋ ଟଲେରାନ୍ସକୁ କିଭଳି ଅଧିକ ଗୁରୁତ୍ୱ ଦିଆଯିବ ସେ ନେଇ କରାଯାଇଛି ଆଲୋଚନା । ଏଥିସହ ବାତ୍ୟା ପରିଚାଳନା ପାଇଁ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଉନ୍ନୟନ କମିଶନର, ଝଜଉ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅଗ୍ନିଶମ ସେବା ଡିଜିଙ୍କ ସହିତ ୧୨ଟି ବିଭାଗର ସଚିବ ଯୋଗ ଦେଇଥିଲେ। ପାଣିପାଗ ବିଭାଗର ଆକଳନ ଅନୁସାରେ ଚଳିତମାସ ୧୦ ତାରିଖ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ।

ମୌସୁମୀ ପ୍ରତ୍ୟାବର୍ତ୍ତନର ୪୫ଦିନ ମଧ୍ୟରେ ବାତ୍ୟା ସମ୍ଭାବନା ରହିଥାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ହୋଇଛି । ସେପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ପାଗ ଅନୁକୂଳ ରହିବ । ତେଣୁ ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ । ଏହିସମୟରେ ତାପମାତ୍ରା ବୃଦ୍ଧି କରିବ ଶୁଖିଲା ପାଗ । ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ବଢିବ ପାରଦ । ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com