ଓଡ଼ିଶା

ଓଡିଆ ତଥା ବଙ୍ଗୀୟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ପରଲୋକ

କୋଲକତା, ୩୧/୦୭/୨୦୨୨- ଲୋକପ୍ରିୟ ଓଡିଆ ତଥା ବଙ୍ଗୀୟ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର ୮୪ ବର୍ଷ ବୟସରେ  ହୃଦଘାତରେ ପ୍ରାଣ ହରାଇଛନ୍ତି । ରବିବାର ଦକ୍ଷିଣ କୋଲକାତାର ସଲଟ ଲେକ ଅଞ୍ଚଳରେ ଥିବା ନିଜ ବାସଭବନରେ ତାଙ୍କ ମୃତ୍ୟୁ ଘଟିଛି  । ଆଜି ରବିନ୍ଦ୍ର ସଦନରେ ନିର୍ମଳାଙ୍କ ଶେଷ ଦର୍ଶନ କରିବେ ପ୍ରଶଂସକ । ଏହାପରେ କୋରତାଲା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଦୀର୍ଘଦିନ ଧରି ରୋଗଶଯ୍ୟାରେ ଥିବା ନିର୍ମଳା ଘରେ ହିଁ ଚିକିତ୍ସିତ ହେଉଥିଲେ । ଏହା ପୂର୍ବରୁ ତାଙ୍କୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ସେ ଘରେ ରହି ଚିକିତ୍ସିତ ହେବାକୁ ଠିକ ମନେ କରୁଥିଲେ ।  ଓଡିଆ ଓ ବଙ୍ଗୀୟ ଚଳଚ୍ଚିତ୍ରରେ କଣ୍ଠଦାନ କରି ସିନେ ଜଗତକୁ ଅନେକ ସୁପରହିଟ୍‌ ଗୀତ ସେ ଭେଟି ଦେଇଛନ୍ତି  । ପ୍ରଭୁ ପାଦ ତଳେ ପ୍ରଣତି ଢାଳେ,  ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା,  ତୁମେ ଯଦି ସାଥୀ,  ନା ମାରନା,  ଛାଡ଼ ଛାଡ଼ ମୋର ଅଞ୍ଚଳ, ଢେଉ ଢେଉକା ପାହାଡ଼ ତଳେ, ହେମ ହରିଣୀ ମଥାର ମଣି, ସଞ୍ଜ ସକାଳେ ତୁମ ଛବି,  ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି,  ଯୋଛନା ଲୁଚନା,  ସପନ ବିଳାସୀ ଓ ଏଇ ଚିକିମିକି ହସେ ଆଦି ଗୀତ ଗାଇ ଶ୍ରୋତାଙ୍କ ହୃଦୟ ଜିତିଥିଲେ ନିର୍ମଳା । ସେ ଭୁବନେଶ୍ବର ମିଶ୍ର, ବାଳକୃଷ୍ଣ ଦାସ, ଅକ୍ଷୟ ମହାନ୍ତି, ରାଖାଲ ମହାନ୍ତି ଓ ଶାନ୍ତନୁ ମହାପାତ୍ରଙ୍କ ପରି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିଥିଲେ । ପ୍ରାୟ ୨୦ଟି ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ହେବାର ସେ ସୌଭାଗ୍ୟପ୍ରାପ୍ତ କରିଥିଲେ। ବାଳକୃଷ୍ଣ ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ ନିର୍ମଳା  ।

Related Articles

Back to top button
WP Twitter Auto Publish Powered By : XYZScripts.com