ଜାତୀୟବାଣିଜ୍ୟ

ନିବେଶକଙ୍କୁ ଝଟକା: ଲଞ୍ଚ ହେବନି LICର ଆଇପିଓ , ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାର ଇତିହାସରେ ଲଞ୍ଚ ହେବାକୁ ଥିବା ସବୁଠାରୁ ବଡ ଆଇପିଓ ବର୍ତ୍ତମାନ ଲଞ୍ଚ ହେବ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଏଲଆଇସିର ଆଇପିଓ ଲଞ୍ଚ ହୋଇଥିଲେ ଏହା ଭାରତୀୟ ଷ୍ଟକ ବଜାରରେ ଇତିହାସ ସୃଷ୍ଟି କରିଥାନ୍ତା । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବୃହତ୍ତମ ଆଇପିଓ ଲଞ୍ଚ ପେଟିଏମ ନାମରେ ରହିଛି । ପେଟିଏମ ୧୮୫୦୦ କୋଟି ଟଙ୍କାର ଆଇପିଓ ଲଞ୍ଚ କରିଥିଲା । ଏପରି ପରସ୍ଥିତିରେ ଏଲଆଇସି ଆଇପିଓର ମୂଲ୍ୟ ୫ ଲକ୍ଷ କୋଟି ରହିଥିଲା । ଏହା ସହିତ ଏହି ଆଇପିଓ ନିବେଶକଙ୍କୁ ମଧ୍ୟ ମାଲେମାଲ କରିବା ନେଇ ଆଶା କରାଯାଉଥିଲା । ତେବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନିବେଶକଙ୍କ ଆଶାକୁ ପାଣିଚିଆ କରି ଦେଇଛି ।
ବର୍ତ୍ତମାନ ଯୁଦ୍ଧ କାରଣରୁ ସମଗ୍ର ବିଶ୍ୱରେ ଅର୍ଥନୈତିକ ଅସ୍ଥିରତା ଦେଖାଦେଇଛି । ଏହାର ପ୍ରଭାବ ସମଗ୍ର ବିଶ୍ୱର ଷ୍ଟକ ମାର୍କେଟ ଉପରେ ମଧ୍ୟ ପଡିଛି । ଏଲଆଇସି ଆଇପିଓ ରୋକିବା ନେଇ କୌଣସି ଆଧିକାରିକ ଘୋଷଣା ହୋଇନାହିଁ ମାତ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ ଏନେଇ ପରୋକ୍ଷରେ ଇଶାରା ଦେଇ ସାରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ସରକାର ନିଜର ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଗକୁ ବଢିବାକୁ ଚାହିଁବେ । ତେବେ ସମଗ୍ର ବିଶ୍ୱର ଅର୍ଥନୀତି ଦୋଦୁଲ୍ୟମାନ ପରସ୍ଥିତିରେ ରହିଥିବା ବେଳେ ଏଲଆଇସି ଆଇପିଓ ଲଞ୍ଚକୁ ଘୁଞ୍ଚାଇବା ଉପରେ ବିଚାର କରାଯିବ । ଏପରିକି କିଛି ବ୍ୟାଙ୍କ ମଧ୍ୟ ଏହାକୁ ରୋକିବା ସପକ୍ଷରେ ମତ ବ୍ୟକ୍ତ କରିଛନ୍ତି । ଆଇପିଓ ଲଞ୍ଚ ପାଇଁ ସରକାରଙ୍କ ଉପରେ ଚାପ ରହିବା ସ୍ୱାଭାବିକ । ତେବ ସରକାର ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୁଡିକର ଚାପରେ ଆସିବା ପରିବର୍ତ୍ତେ ନିବେଶକଙ୍କ ଭରସା ହାସଲ କରିବା ଦରକାର ବୋଲି ବ୍ୟାଙ୍କ ଗୁଡିକ ମତ ଦେଇଛନ୍ତି ।
ସେହିପରି ଯଦି ଆଇପିଓ ଲଞ୍ଚର ଇତିହାସକୁ ଲକ୍ଷ୍ୟ କରାଯିବ ତାହେଲେ ୨୦୨୧ରେ ଲଞ୍ ହୋଇଥିବା ପେଟିଏମ ଭାରତର ସର୍ବବୃହତ ଆଇପିଓ ଲଞ୍ଚ ରହିଛି । ପେଟିଏମ ୧୮୫୦୦ କୋଟି ଟଙ୍କାର ଆଇପିଓ ଲଞ୍ଚ କରିଥିବା ବେଳେ ୨୦୧୦ରେ କୋଲ ଇଣ୍ଡିଆ ପକ୍ଷରୁ ୧୫ହଜାର ୫୦୦ କୋଟିର ଆଇପିଓ ଲଞ୍ଚ କରାଯାଇଥିଲା । ୨୦୦୮ରେ ଆଇପିଓ ଲଞ୍ଚ କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଆଇପିଓ ମୂଲ୍ୟ ୧୧୭୦୦ କୋଟି ଟଙ୍କା ରହିଥିଲା । ଏହା ସହିତ ସରକାର ଏଲଆଇସିରେୀ ୨୦ ପ୍ରତିଶତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ(ଏଫ୍ଡିଆଇ)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com