ଜାତୀୟ

ଭାରତୀୟଙ୍କ ଭିତରେ ଚମକ ହରାଉଛି ସୁନା, ଜାନୁଆରୀ-ମାର୍ଚ୍ଚରେ 18 ପ୍ରତିଶତ କମିଛି ଚାହିଦା

ନୂଆଦିଲ୍ଲୀ() ଦେଶବାସୀଙ୍କ ମଧ୍ୟରେ କମୁଛି କି ସୁନାର ଚାହିଦା ? ୱାର୍ଲଡ ଗୋଲ୍ଡ କାଉଁସିଲର ସଦ୍ୟ ରିପୋର୍ଟରୁ ଏପରି ସଂକେତ ମିଳିଛି। ନିକଟରେ ୱାର୍ଲଡ ଗୋର୍ଲଡ କାଉଁସିଲ ନିଜର ରିପୋର୍ଟ ଜାରି କରିଛି । ଡବ୍ଲୁଜିସିର ରିପୋର୍ଟ ଅନୁସାରେ, ସୁନାର ମୂଲ୍ୟରେ ବୃଦ୍ଧି ଏହାର ଚାହିଦା ଉପରେ ପ୍ରଭାବ ପକାଇଛି। 2022 ଜାନୁଆରୀରୁ ମାର୍ଚ୍ଚ ତ୍ରିୟମାସିକରେ ଭାରତରେ ସୁନାର ଚାହିଦାରେ ୧୮ ପ୍ରତିଶତ ହ୍ରାସ ହୋଇ ୧୩୫.୫ ଟନ ହୋଇଛି । ଡବ୍ଲୁଜିସିର ରିପୋର୍ଟ ଅନୁସାରେ ପୂର୍ବ ବର୍ଷର ସମାନ ଅବଧିରେ ଦେଶର ସୁନାର ଚାହିଦା ୧୬୫.୮ ଟନ ରହିଥିଲା।

ଅନ୍ୟପଟେ ଜାନୁଆରୀରୁ ମାର୍ଚ୍ଚ ତ୍ରୟମାସିକରେ ଅଳଙ୍କାର ଚାହିଦାରେ ମଧ୍ୟରେ ହ୍ରାସ ହୋଇଛି। ୨୬ ପ୍ରତିଶତ ହ୍ରାସ ସହ ଏହା ୯୪.୨ ଟନରେ ପହଞ୍ଚିଛି ।  ଗତ ବର୍ଷ ୨୦୨୧ ଜାନୁଆରୀରୁ ମାର୍ଚ୍ଚର ଅବଧିରେ ଏହି ସଂଖ୍ୟା ୧୨୬.୫ ଟନ ରହିଥିଲା। ତେବେ ଏହି ସମୟ ମଧ୍ୟରେ ନିବେଶରେ ୫ ପ୍ରତିଶତ ବୃଦ୍ଧି ପାଇ ୪୧.୩ ଟନ ହୋଇଛି, ଯାହା ଗତ ବର୍ଷ ସମାନ ତ୍ରୟମାସିକରେ ୩୯.୩ ଟନ ରହିଥିଲା । ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ଏବଂ ବୈଶ୍ୱିକ ସଂକଟ ଯୋଗୁଁ ବଜାର ପ୍ରଭାବିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com